ପୁରୀଜିଲ୍ଲା ଖାଦ୍ୟ ନିରୀକ୍ଷକ ଙ୍କ ବିଭିନ୍ନ ହୋଟେଲ ଓ ଢ଼ାବାରେ ଚଢ଼ାଉ

ନିମାପଡ଼ା, (ସନ୍ତୋଷ ଦାଶ):ଗତ କିଛିଦିନ ତଳେ କାକଟପୁରର ଏକ ହୋଟେଲରେ ଦୋଷାରୁ ଏକ ମଲା ବିଛା ବାହାରିବା ଘଟଣା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲା ର ସମସ୍ତ ଖାଉଟି ମାନଙ୍କ ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତ୍ୟୁଷ ତାରାଣିଆ ଏବଂ କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ମିଳିତ ଭାବେ ଆଜି କାକଟପୁର ବଜାର ମଧ୍ୟରେ ଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟସ, ଢ଼ାବା ଉପରେ ଅଚାନକ ଚଢ଼ାଉ କରି ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା, ତିଆରି ଖାଦ୍ୟର ମାନ, ପରିବେଷଣ ର ପରିବେଶ, ପରିଷ୍କାର ପରିଚ୍ଛନ୍ନ୍ନତା ଓ ବହୁଦିନର ଫ୍ରୀଜିଙ୍ଗ କଞ୍ଚାମାଲ ଗୁଡିକର ମାନ ଯାଞ୍ଚ କରିଥିଲେ। କେତେକ ହୋଟେଲ ଓ ଢାବାରେ ଖାଦ୍ୟ ର ମାନ ଠିକ ନଥିବା ଦେଖି ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ତାରଣିଆ ବିରକ୍ତି ପ୍ରକାଶ କରିବା ସହିତ ମାଲିକ, କର୍ମଚାରୀ ମାନଙ୍କୁ ତାଗିଦ୍ କରିଥିଲେ।ଏହି ଚଢ଼ାଉରେ କାକଟପୁର ଥାନା ସବ-ଇନ୍ସପେକ୍ଟର ପି .ପ୍ରଧାନ ଏ ଏସ ଆଇ ପି .କେ. ମିଶ୍ର, ବି. ପଟ୍ଟନାୟକ, ଜେ .ସାହୁ , ଜିଲ୍ଲା ଖାଦ୍ୟ ନିରୀକ୍ଷକ ବିଭାଗର କର୍ମଚାରୀ ସାମିଲ ରହିଥିଲେ । କାକଟପୁର ବଜାର ର ବାବାଜୀ ସାହୁ ମିଷ୍ଟାନ୍ନ ଭଣ୍ଡାର, ବିଶ୍ୱଜିତ ଢ଼ାବା, ହୋଟେଲ ଅଶୋକା, ଟେଷ୍ଟି କର୍ଣ୍ଣର, ହୋଟେଲ ମହାବୀର, ଫୁଡ ଫ୍ୟାମିଲ ରେଷ୍ଟୁରାଣ୍ଟ ଆଦି ହୋଟେଲ ଗୁଡିକରେ ଚଢାଉ କରାଯାଇଥିଲା। ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ର ମାଲିକ, ହୋଟେଲ, ରେଷ୍ଟୁରାଣ୍ଟ ଓ ଢ଼ାବାର ମାଲିକ ନିଜ ନିଜର ପ୍ରତିଷ୍ଠାନର ସୁପରିଚାଳନା ତଥା ସୁବ୍ୟବସ୍ଥିତ ସହ ସଂଚାଳନ କରିବାସହ ଫୂଡ଼ ଲାଇସେନ୍ସ କରିବା ପାଇଁ ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ