ପୁରୁଣା ପେନସନ ପ୍ରଦାନ ନିମନ୍ତେ ଅଲ୍ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଅଲଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ)ର ରାଜ୍ୟ ସଭାପତି ଶ୍ରୀ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ଶିକ୍ଷକ ମାରଣ ନୀତିକୁ ଦୃଢ ନିନ୍ଦା କରାଯାଇଥିଲା । ପ୍ରଥମେ ମୃତ୍ୟୁବରଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଭାପତି ସର୍ବପ୍ରଥମେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କୁ ବିଭିନ୍ନ ଉପାୟରେ ହଇରାଣ କରୁଛନ୍ତି ବୋଲି ମତପ୍ରକାଶ ପାଇଛି । କେତେବେଳେ କ୍ୟାଡ଼ର ତ କେତେବେଳେ ଗ୍ରୀଷ୍ମ ଛୁଟି ବାତିଲ୍ ତ କେତେ ବେଳେ ପିଲାଙ୍କ ପାଠପଢା ସମୟକୁ ପରିବର୍ତ୍ତନ କରି ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଅନ୍ଧାରରେ ରଖିଛନ୍ତି । ପୁଣି ବ୍ରିଜକୋର୍ସ ପରି ବିଭିନ୍ନ ଆଳରେ ହଇରାଣ ହରକତ କରିଚାଲିଛନ୍ତି । ସବୁଠାରୁ ଦୁଃଖର ବିଷୟ କେନ୍ଦ୍ର ସରକାର ୨୦୦୪ ମସିହା ପରଠାରୁ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ପାଇଁ ନୂତନ ପେନସନ ଯୋଜନା ଲାଗୁ କରିଛନ୍ତି । ୨୦୦୫ ମସିହା ଜାନୁୟାରୀ ପରଠାରୁ ଓଡ଼ିଶା ସରକାର ରାଜ୍ୟ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ମାନଙ୍କୁ ନୂତନ ପେନସନ ଯୋଜନାଭୁକ୍ତ କରିଛନ୍ତି ଯାହାକି ସମସ୍ତ ଏମ୍‌ପିଏସ୍ କର୍ମଚାରୀ ତାଙ୍କ ପରିବାରଙ୍କୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛନ୍ତି । ପ୍ରକାଶଥାଉକି ପୁରୁଣା ପେନସନ ଆର୍ମି, ସାଂସଦ, ବିଧାୟକ, ଉଚ୍ଚନ୍ୟାୟାଳୟର ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ପ୍ରଦାନ କରାଯାଉଛି । ନୂତନ ପେନସନ ସ୍କିମ୍ ଏକ ସ୍କିମ ଯାହ ମୁମ୍ବାଇର ଏକ ସଂସ୍ଥା ଏନ୍‌ଏସ୍‌ଡ଼ିଏଲ ରାଜ୍ୟ କର୍ମଚାରୀଙ୍କ ଦରମାର ୧୦% ରାଜ୍ୟ ସରକାର ଜମା କରୁଥିବା ୧୪% ଶତକଡ଼ା ଅଂଶ ରାଶି ନେଇ ବିଭିନ୍ନ ସେୟାର ବଜାରରେ ବିନିଯୋଗ କରୁଛନ୍ତି । ସେୟାର ବଜାରରେ ଲାଭ କ୍ଷତି ଉପରେ ଜଣେ ରାଜ୍ୟ କର୍ମଚାରୀଙ୍କ ଭବିଷ୍ୟତ ନିର୍ଭର କରୁଅଛି । ସେୟାର ବଜାର ଡୁବିଗଲେ କର୍ମଚାରୀଙ୍କ ସମସ୍ତ ସଞ୍ଚୟ ଅର୍ଥ ଡୁବିଯିବ । ତେଣୁ ଏହା ପେନ୍‌ସନ ନୁହେଁ ଟେନସନ ଅଟେ । କର୍ମଚାରୀ ଟଙ୍କା ଦରକାର ସମୟରେ ଉଠାଇ ପାରିବାର ସୁବିଧା ନାହିଁ । କିନ୍ତୁ ପୁରୁଣା ପେନସନ ଜଣେ କର୍ମଚାରୀର ଶେଷ ଦରମାରୁ ୫୦% ପାଇବା ସହିତ ବର୍ଦ୍ଧିତ ଡି.ଏ ମଧ୍ୟ ପାଇବା ସୁନିଶ୍ଚିତ କିନ୍ତୁ ନୂତନ ପେନସନ ଯୋଜନାରେ କର୍ମଚାରୀମାନେ କେତେ ପେନସନ ପାଇବେ କିମ୍ବା ସମସ୍ତ ଅର୍ଥ ବୁଡ଼ିଯିବ, ସେ ଗ୍ୟାରେଣ୍ଟି ନାହିଁ । ଭାରତରେ ଅନେକ ପ୍ରକାର ସ୍କାମ ପୂର୍ବରୁ ସଂଗଠିତ ହୋଇସାରିଛି । ଆଗାମୀ ଦିନରେ ବଡ଼ ଘୋଟାଲା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କର୍ମଚାରୀଙ୍କ ପୁରୁଣା ବୃତ୍ତିଗତ ଅଧିକାର, ବାର୍ଦ୍ଧକ୍ୟର ସାହାରା (ଲାଠି ବାଡ଼ି ସଦୃଶ) । କର୍ମଚାରୀଙ୍କ ଅବସର ପରେ ପେନସନର ଅର୍ଥ ଉପରେ ନିର୍ଭର କରି ଚଳୁଛନ୍ତି । ବର୍ତ୍ତମାନ ନୂତନ ପେନସନ ଯୋଜନାରେ ଉକ୍ତ କର୍ମଚାରୀମାନେ ଅବସର ପରେ ମାତ୍ର ୧୦୦୦, ୧୨୦୦ ଓ ୨୦୦୦ ଟଙ୍କା ପାଉଛନ୍ତି । ଏହା ବ୍ୟତୀତ ଫେମିଲି ପେନସନ କେତେ ମିିଳିବ ତାର କିଛି ଠିକଣା ନାହିଁ । ଅନିଶ୍ଚିତତା ମଧ୍ୟରେ ଗତି କରିବାକୁ ପଡୁଛି । ସେଥିପାଇଁ ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଏକମାତ୍ର ଦାବୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁଣି ପୁରୁଣା ପେନସନ ପ୍ରଦାନ କରାଯାଉ, ନୂତନ ପେନସନ ଯୋଜନାକୁ ତୁରନ୍ତ ଉଚ୍ଛେଦ କରାନଗଲେ ଓଡ଼ିଶାରେ ୧ ଲକ୍ଷ ୮ ହଜାରରୁ ଉର୍ଦ୍ଧ୍ୱ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, କାର୍ଯ୍ୟକାରୀ ସଭାପତି ଜାମିନୀକାନ୍ତ ପଣ୍ଡା, ନରେଶ ପାଣିଗ୍ରାହୀ, ପ୍ରଶାନ୍ତ ମହାପାତ୍ର, ଉପସଭାପତି ପ୍ରଦୀପ ପାତ୍ର, ଦିଲ୍ଲୀପ କର, ନିରୋଦ ଦାସମହାପାତ୍ର, ଧରଣୀ ମଲ୍ଲିକ, ସନ୍ଦୀପ ନାୟକ, ରାଜେନ୍ଦ୍ର ନାୟକ, ପଦ୍ମଲୋଚନ ନାୟକ, ବିନାୟକ ପଣ୍ଡା, ତ୍ରିନାଥ ପଣ୍ଡା, ହରେକୃଷ୍ଣ ବାରିକ, ମଳୟ ଜେନା, କେବଶ ଚନ୍ଦ୍ର ସାହୁ, ଅଲେଖ ସାହୁ, ଦୀନବନ୍ଧୁ ମୁର୍ମୁ, ଶ୍ରୀଧର ପରିଡ଼ା, ଅଶୋକ ସାହୁ, ରଘୁନାଥ ମିଶ୍ର, ଗୋପାଳ ସ୍ୱାଇଁ, ଜିତ କୁମାର ମହାପାତ୍ର, ଯୁଧିଷ୍ଠିର, ଉତ୍ତମ ଦାସ, ପ୍ରଶାନ୍ତ କୁମାର ନାଥ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ