ପୁରୁଣା ମୋବାଇଲ୍ ସଂଗ୍ରହାଳୟ
ସ୍ଲୋଭାକିଆ ଅନ୍ତର୍ଗତ ସହର ଡୋବସିନାର ବାସିନ୍ଦା ଷ୍ଟିଫାନ୍ ପୋଲୱାରି ନିଜ ଘରେ ପୁରୁଣା ମୋବାଇଲ୍ ଫୋନ୍ ଏକ ସଂଗ୍ରହାଳୟ ଖୋଲିଛନ୍ତି । ତାଙ୍କ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି, ୧୬୫୧ଟି ଭିନ୍ନ ଭିନ୍ନ ମଡେଲ୍ର ମୋଟ ୪୧୨୨ଟି ଫୋନ୍ । ପନ୍ଦର ବର୍ଷ ବୟସରୁ ସେ ପୁରୁଣା ମୋବାଇଲ୍ ଫୋନ୍ ସଂଗ୍ରହ କରିଆସିଲେଣି । ଏବେ ତାଙ୍କ ବୟସ ଅଣତିରିଶ ବର୍ଷ । କିଛି ବର୍ଷ ତଳେ ଅନ୍ୟ ଜଣେ ସଂଗ୍ରାହକଙ୍କଠାରୁ ସେ ହଜାରେଟି ପୁରୁଣା ଫୋନ୍ କିଣିଥିଲେ । ତାହା ପରେ ସଂଗ୍ରହାଳୟ ଆରମ୍ଭ କରିଥିଲେ ।


