ପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୨ଟା ପରେ ମେଲୋଡି କାର୍ଯ୍ୟକ୍ରମ ବନ୍ଦ

ଭୁବନେଶ୍ୱର: ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ଦୁର୍ଗାପୂଜା ଅବସରରେ ରାଜଧାନୀ ଓ କଟକରେ ଖୁବ୍ ଆକର୍ଷଣୀୟ ତୋରଣମାନ ସଜ୍ଜିତ ହାଇଛି । ତେବେ ଦୁର୍ଗାପୂଜାକୁ ନେଇ ଟୁଇନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି । ଏଥିପାଇଁ ଭୁବନେଶ୍ୱରରେ ୨୦୦୦ ସ୍ପେଶାଲ ପୁଲିସ ଅଫିସର ରହିବା ସହିତ ୩୫ ପ୍ଲାଟୁନ୍ ପୁଲିସ ନିୟୋଜିତ ହାଇଛନ୍ତି । ରାଜଧାନୀରେ ୧୭୪ଟି ମେଢ଼ ହୋଇଥିବା ବେଳେ ୫ଟି ସ୍ଥାନରେ ରାବଣପୋଡିର ଆୟୋଜନ କରାଯିବା ପାଇଁ ଅନୁମତି ମିଳିଛି । ତେବେ ଦୁର୍ଗାପୂଜା ସମୟରେ ପୂଜାମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୨ଟା ସୁଦ୍ଧା ଶେଷ କରିବା ସହିତ ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ ବ୍ୟବହାର ନ କରିବାକୁ ପୁଲିସ କମିସନର୍ ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ