ମିଷ୍ଟର୍ ଖାନ୍ ଙ୍କୁ ଭେଟିଲେ ମିସ୍ ଖାନ୍

“ବିଗ୍ ବସ୍-୧୩ ‘ ଆରମ୍ଭ ହୋଇସାରିଛି । ବିଶେଷତଃ ଶୋ ‘ର ୱିକେଣ୍ଡ କି ବାର୍ ‘ ଏପିସୋଡକୁ ଦେଖିବା ପାଇଁ ଦର୍ଶକେ ବହୁତ ଉତ୍ସାହିତ ହୋଇଥା ‘ନ୍ତି । ଏଥର ୱିକେଣ୍ଡ କି ବାର୍ ‘ ଏପିସୋଡ଼ଟି ଦର୍ଶକଙ୍କ ପାଇଁ ବେଶ୍ ମଜାଦାର ହେବାକୁ ଯାଉଛି । କାରଣ ଏଥରର ଅତିଥି ହେଉଛନ୍ତି ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍ । ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ କିଛି ଫଟା ଶେଆର୍ କରି ହିନା ଏହି ଖବର ଦେଇଛନ୍ତି । ଏକ ଫଟା ଶେଆର୍ କରି ସେ ଲେଖିଛନ୍ତି, “ଯେବେ ମିସ୍ ଖାନ୍ଙ୍କର ମିଷ୍ଟର୍ ଖାନ୍ଙ୍କ ସହିତ ଦେଖାହେଲା ସଲମାନ୍ଙ୍କ ସହିତ ଷ୍ଟେଜ୍ ଶେଆର୍ କରିବା ମୋ ପାଇଁ ଖୁସିର କଥା । ଗତ ୪ ସିଜନ୍ ଧରି ଆପଣଙ୍କ ସହିତ ଦେଖା କରୁଛି । ‘ ହିନାଙ୍କ ସହିତ ଏହି ଏପିସୋଡ଼ରେ  “ସାୟରା ନରସିମହା ରେ‡ୀ ‘ ଫିଲ୍ମର ପୂରା କାଷ୍ଟକୁ ମଧ୍ୟ ଦେଖିବାକୁ ମିଳିବେ ବୋଲି ଜଣାପଡ଼ିଛି । ହିନା ଖାନ୍  “ବିଗବସ୍ ୧୧ ‘ର ୨୦୧୮ର ପ୍ରତିଯୋଗୀ ରହିସାରିଛନ୍ତି । ସେହି ସିଜନରେ ସେ ସବୁଠାରୁ ଦାମୀ ପ୍ରତିଯୋଗୀ ଥିଲେ । ଶୋ ରେ ରହିବା ପାଇଁ ତାଙ୍କୁ ଦିନକୁ ୧ ଲକ୍ଷ ଟଙ୍କା ଦିଆଯାଉଥିଲା । ଶେଷଥର ପାଇଁ ହିନା  “କସୌଟି ଜିନ୍ଦଗୀ କେ ‘ ସିରିଏଲରେ  “କୋମାଲିକା ‘ ଚରିତ୍ରରେ ଅଭିନୟ କରିଥିଲେ । ଏହା ସହିତ ସେ  “ଖତରୋଁ କେ ଖିଲାଡ଼ୀ ୮ ‘ରେ ମଧ୍ୟ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ