ପୈାରସଂସ୍ଥାର ପଦକ୍ଷେପକୁ ପ୍ରସଂଶାକରି ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ କଲେ ସମାଜସେବୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ପୈାରାଞ୍ଚଳର ରାସ୍ତାଘାଟରେ ବିଭିନ୍ନ ସମୟରେ ଛିଡାହୋଇ କିମ୍ବା ଶୋଇ ପଥଚାରୀ ଓ ଗାଡି ଗୁଡିକୁୁ ଅସୁବିଧାରେ ପକାଉଥିବା ଗାଈଗୋରୁଙ୍କୁ ରାସ୍ତା ଉପରୁ ହଟାଇବା ପାଇଁ ପୈାରସଂସ୍ଥା ପଦକ୍ଷେପ ଗ୍ରହଣ କରିଥିବାରୁ ପୈାରସଂସ୍ଥାର ଏଭଳି ପଦକ୍ଷେପକୁ ପ୍ରସଂଶା କରଛନ୍ତି ସମାଜସେବୀ ଇମ୍ମତିଆଜ ଅଲ୍ଲୀ । ଏଥିସହିତ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରି ଶୁଭେଛା ଜଣାଇଛନ୍ତି ସମାଜସେବୀ ଇମ୍ମତିଆଜ ଅଲ୍ଲୀ । ପୈାରସଂସ୍ଥା ଆଗାମୀ ଦିନରେ ସହରବାସୀଙ୍କ ବିଭିନ୍ନ ମୈାଳିକ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳକୁ ସେ ନିବେଦନ ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ