ପୋଖରୀ ସଫେଇ କଲେ ଗଞ୍ଜାମ ଜିଲ୍ଲାପାଳ ଓ ପ୍ରାସନିକ ଅଧିକାରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନ୍ଏସି ରିକାପଲ୍ଲୀ ଗେଟ୍ ନିକଟ ପୋଖରୀ ନିଜେ ସଫେଇ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଆମ ପୋଖରୀ ଆମ ଦାୟିତ୍ୱ, ଜଳ ସ୍ବଚ୍ଛ କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେଉଛି । ଏଥିରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି, କର୍ମଚାରୀ, ଯନ୍ତ୍ରୀ, ଏସଏଚଜି ସମସ୍ତେ ସାମିଲ ହେଉଛନ୍ତି । ଏହିକ୍ରମରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ,ନିର୍ବାହୀ ଅଧିକାରୀ ଏନ୍. ଗଣେଶବାବୁ, 12ନଂ ୱାର୍ଡ ର କାଉନସିଲର ବି. ନିଶ୍ଚଳା,10ନଂ ୱାର୍ଡ ର କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ରାମାୟଣାମ୍ମା ଠାକୁରାଣୀ ଯାତ୍ରା ର ମ୍ୟାନଜର କେ. ଚନ୍ଦ୍ର ଶେଖର ରେଡ୍ଡୀ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ରାଜେଶ ସାହୁ ପ୍ରମୁଖ ପୋଖରୀ ସଫେଇ କରିଥିଲେ ।


