ଟିଲୋରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋସ୍ଥିତ ଶ୍ରୀରାମ ନବମୀ ମଣ୍ଡପରେ ଶ୍ରୀରାମ ନବମୀ କମିଟି ପକ୍ଷରୁ ୪୬ତମ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଟିଲୋସ୍ଥିତ ବୁଡିପୋଖରୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ପୂଜକ ଭାସ୍କର ଚନ୍ଦ୍ର ଶତପଥି ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ପୂଜାରେ ବିଦ୍ୟାଧର ଲେଙ୍କା ମୁଖ୍ୟ କଳସ ଧାରଣ କରିଥିବା ବେଳେ ଗୌରାଙ୍ଗ ପାତ୍ର, ମୁନା ଖିଲାର ପାଶ୍ୱର୍ କଳସ ଧାରଣ କରିଥିଲେ । ଏହି ପୂଜାରେ ଟିଲୋ, ବନ୍ତ, ଛୟାଳସିଂ ଆଦି ପଞ୍ଚାୟତରୁ ଶତାଧିକ ଶ୍ରଦ୍ଧାଳୁ ଓଷାବ୍ରତ ଧାରଣ ପୂର୍ବକ ପୂଜା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ପୂଜା କମିଟି ପକ୍ଷରୁ ୩ ଦିନ ବ୍ୟାପୀ ଲକ୍ଷ୍ମୀଧର ଦାଶଙ୍କ ଦ୍ୱାରା ପାଲା ପରିବେଷଣ ଅନୁଷ୍ଠିତ ହେବ । ଟିଲୋ ବଡସାହି, ମାଳିସାହିର ଗ୍ରାମବାସୀ ଓ ବଜାର କମିଟି ପକ୍ଷରୁ ଏହି ପୂଜା ଯଥାରୀତି ୪୬ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ପ୍ରଥମେ ସ୍ୱର୍ଗତ ଅନିରୁଦ୍ଧ ସ୍ୱାଇଁ, ହାଡିବନ୍ଧୁ ଲେଙ୍କା, କୃପାସିନ୍ଧୁ ସାମଲ, ଶୁକଦେବ ଖୁଣ୍ଟିଆଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା । ପରେ ଗଦାଧର ଲେଙ୍କା, ବିଦ୍ୟାଧର ଲେଙ୍କା, ଧନେଶ୍ୱର ଜେନା, ହରିହର ଜେନା, କ୍ଷୀରୋଦ ରାଉତ, ବିଚିତ୍ରାନନ୍ଦ ବିଶ୍ୱାଳ, ଦୋଳଗୋବିନ୍ଦ ସ୍ୱାଇଁ, ଶଶିଭୂଷଣ ଖିଲାର, ଦେବେନ୍ଦ୍ରନାଥ ସାହୁ, ମଧୁସୂଦନ ସାମଲ, ଅର୍ଜ୍ଜୁନ ଚରଣ ପଣ୍ଡା, କାଳନ୍ଦି ବେହେରା, ଚିତ୍ତରଞ୍ଜନ ସାହୁ, ଚଗୁଲୁ ପୃଷ୍ଟି, ପ୍ରେମାନନ୍ଦ ଜେନା, ଦୋଳିଆ ଲେଙ୍କା, ରଞ୍ଜନ ଦାଶ, ଅର୍ଜ୍ଜୁନ ପଢିଆରୀଙ୍କ ସହଯୋଗ ତଥା ପୂଜା କମିଟିର ସଭାପତି ମାଧବାନନ୍ଦ ବିଶ୍ୱାଳ, ସଂପାଦକ ମଧୁସୂଦନ ସାମଲ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ନିରଞ୍ଜନ ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାଧାନରେ ଏହି ପୂଜା କାର୍ଯ୍ୟ ଯଥାରୀତି ଓ ଶାନ୍ତିଶୃଂଖଳାର ସହ ଅନୁଷ୍ଠିତ ହେଉଛି ।


