ପୋତିି ହୋଇପଡୁଛି ଲିଙ୍ଗରାଜଙ୍କ ଐତିହ୍ୟ କୂଅ ପୁନଃଉଦ୍ଧାର ଦାବି କଲେ ସାମାଜିକ କର୍ମୀ ଓ ଶ୍ରଦ୍ଧାଳୁ

ଭୁବନେଶ୍ୱର,  : ସହର ବଢୁଛି । ତାଳ ଦେଇ ବଢି•ଲିଛି ଗାଡ଼ି, ମଟର, ଘରବାଡ଼ି ଓ ଜନସଂଖ୍ୟା । ଲୋକଙ୍କ ବିଳାସପ୍ରିୟତା ପାଇଁ ବଳି ପଡ଼ୁଛି ପ୍ରାକୃତିକ ପରିବେଶ । ବାଦ୍ ପଡ଼ୁନାହିଁ ନାଳ, ଝରଣା, କୂଅ, ପୋଖରୀ ଓ ଜଳାଶୟ । ପ୍ରଭୁ ଲିଙ୍ଗରାଜଙ୍କ ଐତିହ୍ୟ ପୋଖରୀ ବିନ୍ଦୁ ସାଗର ମଧ୍ୟ ପ୍ରଦୁଷଣ ଓ ବର୍ଜ୍ୟ ଜମା ହେବାରୁ ବାଦ୍ ପଡ଼ିନଥିବା ବେଳେ ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଥିବା ବହୁ ପୁରାତନ ଐତିହ୍ୟ କୂଅ ଏବେ ପୋତି ହେବାକୁ ବସିିଛି ।
ଦିନ ଥିଲା ଏହି କୂଅର କାଚକେନ୍ଦୁ ପରି ପାଣି ଭକ୍ତ, ଶ୍ରଦ୍ଧାଳୁ, ବ୍ୟବସାୟୀ ଓ ଆଖପାଖ ବାସିନ୍ଦାଙ୍କ ଶୋଷ ମେଣ୍ଟାଉଥିଲା । ହେଲେ ସମୟର ସ୍ରୋତରେ ଜନଗଣଙ୍କ ମାନସିିକତା ଓ ପ୍ରଦୂଷଣ ଉଭୟର ଶିକାର ହୋଇ ଏହି ଐତିହ୍ୟ କୂଅ ଏବେ ଶେଷ ନିଃଶ୍ୱାସ ଗଣୁଛି । ପୋତି ହୋଇପଡ଼ିଲାଣି କୂପ । ତଥାପି ଏହାର ମହତ୍ୱ ଓ ଆବଶ୍ୟକତାକୁ ଝୁରୁଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ଦୃଷ୍ଟିରେ ରଖି ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ସମେତ ବହୁ ସଂଗଠନ ଓ ସ୍ୱେଚ୍ଛାସେବୀ ଐତିହ୍ୟ କୂପଟିର ମରାମତି ଓ ପୁନଃଉଦ୍ଧାର ପାଇଁ ମନ୍ଦିର କର୍ତ୍ତୃପକ୍ଷ ଓ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି । ଯଦି କୂପଟି ବଞ୍ଚାଯାଇପାରିବ, ତେବେ ବର୍ଷା ଜଳ ଅମଳ ଓ ଭୂତଳ ଜଳ ସଂରକ୍ଷଣ ସହିତ ପାନୀୟ ଜଳର ଆବଶ୍ୟକତା ପୂରଣ ହୋଇପାରନ୍ତା ବୋଲି ସୁଶାନ୍ତ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ