ପୋଲିସ୍ ର ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ,୩୩୦୦ ଟଙ୍କା ସହ ୧୦ ଜୁଆଡି ଗିରଫ

ଗାଙ୍ଗପୁର/ବେଲଗୁଣ୍ଠ:ସାରା ବିଶ୍ଵରେ କରୋନା ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ମାର୍ଚ୍ଚ ଠାରୁ ସାରା ଦେଶରେ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି l ଏହି ଲକ୍ ଡ଼ାଉନ୍ ସ୍ଥିତିକୁ ତଦାରଖ କରିବା ପାଇଁ ପ୍ରଶାସନ ଓ ପୋଲିସ୍ ବିଭାଗ ଅହରହ ଉଦ୍ୟମ କରୁଛନ୍ତିl ତଥାପି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର କିଛି ଅମାନିଆ ବ୍ୟକ୍ତି ଏହି ଲକ୍ ଡାଉନ୍ କୁ ଅତି ହାଲୁକା ଭାବେ ନେଇ ପୋଲିସ୍ ର ମୁଣ୍ଡ ବ୍ୟଥା ବଢାଇ ଦେଇଛନ୍ତି l ଏସବୁ ଭିତରେ ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ପୋଲିସ୍ ପାଇଁ ଚିନ୍ତାର ବଡ଼ କାରଣ ପାଲଟିଛି l ବିଭିନ୍ନ ଗ୍ରାମରେ ଲୋକେ ଲକ୍ ଡ଼ାଉନ୍ ବାହାନାରେ ଗ୍ରାମ ପ୍ରବେଶ ପଥକୁ ବାଉଁଶ ଦ୍ଵାରା ଅବରୋଧ କରି ଗାଁର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଜମାଇ ଦେଉଛନ୍ତି l ସେହିପରି ଆଜି କୌଣସି ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ବେଲଗୁଣ୍ଠଓ ବ୍ଲକ୍ ଅନ୍ତର୍ଗତ ଗିରିସୋଲା ଗ୍ରାମର ଏକ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେହି ଗ୍ରାମର ବ୍ରଜ କିଶୋର ଜେନା, ଜୟରାମ ପୋଲେଇ, ଚିତ୍ତରଞ୍ଜନ ବେହେରା, ଦିଲୀପ କୁମାର ନାୟକ, ନାରାୟଣ ସ୍ଵାଇଁ ଏବଂ ଦ୍ଵିତୀକୃଷ୍ଣ ପୋଲେଇଙ୍କୁ ଗିରଫ କରିଛନ୍ତି l ସେହିପରି ବେଲଗୁଣ୍ଠଓ ଶାସନ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସଦାଶିବ ଦାସ, ଗୌରୀ ଶଙ୍କର ପତି, ତାରା କାନ୍ତ ମିଶ୍ର ଏବଂ ଗୌର ହରି ପତିଙ୍କୁ ଗିରଫ କରିଛନ୍ତିl ଉଭୟ ଜୁଆ ଆଡ୍ଡାରୁ ୪ ଟି ମୋବାଇଲ୍ ସହ ନଗଦ ୩୩୦୦ ଟଙ୍କା ମଧ୍ୟ ଜବତ କରାଯାଇଛି l ଏହି ଜୁଆ ଆଡ୍ଡା ମାମଲାରେ ଥାନାରେ କେସ୍ ନମ୍ବର ୧୫୨/୨୦ ଏବଂ ୧୫୩/୨୦ ରେ ଦୁଇଟି କେସ୍ ରୁଜୁ କରାଯାଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ