ପୋଲିସ- ଆତଙ୍କବାଦୀ ଗୁଳି ବିନିମୟ : ଜେସିଓ ସହିଦ୍‌, ଜଣେ ଅତଙ୍କବାଦୀ ମୃତ

ନୂଆଦିଲ୍ଲୀ: ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟ ଥନ୍ତ୍ରାମଣ୍ଡି ସେକ୍ଟରରେ ଗୁରୁବାର ସକାଳେ ସର୍ଚ୍ଚ ଅପରେସନ ପରେ ଆରମ୍ଭ ହୋଇଥିବା ସଙ୍ଘର୍ଷରେ ସୁରକ୍ଷାବଳର ଯବାନଙ୍କ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛି । ଅନ୍ୟପକ୍ଷରେ ଏହି ଗୁଳି ବିନିମୟରେ ସେନାର ଜଣେ ଜେସିଓ ସହିଦ ହୋଇଛନ୍ତି ଏବଂ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ସମ୍ପୃକ୍ତ ଅଂଚଳରେ ଆହୁରି ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି ।
ଥନ୍ତ୍ରାମଣ୍ଡି ସେକ୍ଟରର କରୟୋଟ କାଲସ ଇଲାକାରେ ଆଜି ସକାଳେ କିଛି ସଶସ୍ତ୍ର ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ଓ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଅଂଚଳକୁ ସିଲ୍ କରାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ