ପୋଲିସ ଜବତ କଲା ବାଲି ବୋଝେଇ ଚାରି ଟ୍ରାକ୍ଟର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଖଣି ବିଭାଗ ଚେଇଁ ଶୋଇବା ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି. ଖଣି ବିଭାଗ ବିହିତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୋଗୁଁ କାଶୀ ନଗର ଅଞ୍ଚଳରେ ଥିବା ବଂଶଧାରା ନଦୀରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଇଛି. ଏପରି ଭାବେ ବାଲି ଚାଲାଣ ହେଉଥିବାବେଳେ କାଶୀନଗର ପୋଲିସ ୪ ଗୋଟି ଟ୍ରାକ୍ଟରକୁ ଜବତ କରିଥିବା ଖବର ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ପାଲସିଂ ଗ୍ରାମ ନିକଟ ବଂଶଧାରା ନଦୀରୁ ଚୋରାରେ ବାଲି ଚାଲାଣ ବେଳେ କାଶୀନଗର ପୋଲିସର ପାଟ୍ରୋଲିଂ ବେଳେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଏହା ଗୁଣୁପୁର ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି। ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଗାଡି ଜବତ ହୋଇଥିବା ବିଷୟରେ ଗଜପତି ଜିଲ୍ଲା ଖଣି ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇ ଅଧୂକ ତଦନ୍ତ କରୁଥିବା ଖବର ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ