ହାତ ଛାଡିବେ ରଞ୍ଜୀବ !
(ଯୁଗାବ୍ଦ ନ୍ୟୁଜ୍)-ଛାତ୍ରଜୀବନରୁ ନିଜର ରାଜନୌକିକ ଜୀବନ ଆରମ୍ଭ କରିଥିବା ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ହାତକୁ ବାଏବାଏ କରିବାକୁ ଯାଉଛନ୍ତି । ରାଜ୍ୟର ଜଣେ ଯୁବ ସଂଘଠକ ଭାବେ ପରିଚିତ ଥିବା ଏହି ଯୁବନେତା କ୍ରିକେଟରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦେଶ ସର୍ବପୁରାତନ ଦଳ କଂଗ୍ରେସ ସାମିଲ ହୋଇ ଜଗତସିଂହପୁର ଲୋକସଭା କ୍ଷେତ୍ରରୁ ସର୍ବକନିଷ୍ଠ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏବେ ଚର୍ଚ୍ଚା ଯୋର ଧରିଛି ଯେ,କଂଗ୍ରେସକୁ ଛାଡି ପଦ୍ମ ପୋଖରୀକୁ ଡିଆଁ ମାରିବେ,ସଚନା ଅନୁସାରେ ମଙ୍ଗଳବାର ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ଗୃହୀତ ହୋଇଛି, କଂଗ୍ରେସ ଏହି ବିଲ ବିରୁଦ୍ଧରେ ମତଦାନ କରିବା ପାଇଁ ରାଜ୍ୟସଭାରେ ନିଜର ସମସ୍ତ ସାଂସଦଙ୍କୁ ହୁଇପ୍ ଜାରି କରିଥିଲା । କିନ୍ତୁ ସାଂସଦରେ ଉପସ୍ଥିତ ନଥିଲେ ରଞ୍ଜୀବ ଫଳରେ ଏହାକୁ ନେଇ ରାଜନୌତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ଏବାବଦରେ ତାଙ୍କ ଅଫିସ କହିଛି ଯେ, ତାଙ୍କ ର ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସେ ବିଦେଶ ଯାଇଛନନ୍ତି । ଏ ପଟେ ଅନ୍ୟ ଏକ ସୁତ୍ରରୁ ଶୁଣିବାକୁ ମିଳୁଛି ଯେ, ତାଙ୍କର ରାଜ୍ୟସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଏପ୍ରଲ ମାସରେ ସରିବ । ଏନେଇ ସେ ବିଜେପି ର ବରିଷ୍ଠ ନେତା ମାନଙ୍କ ସହ ଯୋଗାଯୋରେ ଥିବା କୁହାଯାଉଛି ।


