ଦାମୀ ଛତା

ବର୍ଷାର ସାଥୀ ଛତା । ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍‌ର ପ୍ରତୀକ ସାଜିଥାଏ । କାରଣ ସେସବୁର ମୂଲ୍ୟ ହୋଇଥାଏ ଆକାଶଛୁଆଁ । ସେମିତି କିଛି ଦାମୀ ଛତା ସମ୍ପର୍କରେ ଚାଲନ୍ତୁ ଜାଣିବା ।
ବିଲିୟନେର୍ କୁଚର୍‌ସ କ୍ରୋକୋଡାଇଲ୍ ସ୍କିନ୍ ଛତା: ପ୍ରସିଦ୍ଧ ବିଲିୟନେର କୁଚର୍ କମ୍ପାନୀ ଦ୍ୱାରା ନିର୍ମିତ ଉକ୍ତ ଛତା ଉଚ୍ଚମାନର କଳା ରଙ୍ଗର ୱାଟର ରେଜିଷ୍ଟାଣ୍ଟ କୁମ୍ଭୀର ଚମଡାରେ ତିଆରି । ଏହାର ମୂଲ୍ୟ ହେଉଛି ୧୫୦୦୦ ଡଲାର ।
ବ୍ରିଲାଣ୍ଟ ଲକ୍ସସ୍ ସ୍କ୍ରିମ୍ କ୍ରକ୍ ଛତା: ଏହି ଛତାର କପଡାଟି ପିୟୋର୍ ସିଲ୍କରେ ତିଆରି । ହ୍ୟାଣ୍ଡେଲରେ କଳା ଓ ବାଦାମୀ ରଙ୍ଗର କୁମ୍ଭୀର ଚମଡାର ଆବରଣ ରହିଛି । ଛତାର ମୂଲ୍ୟ ହେଉଛି ୧୬୩୦ ଡଲାର ।
ସ୍ୱେନ୍ ଅଡେନି ବ୍ରିଗ୍ ମେନ୍‌ର ମଲାକା ଫ୍ଲାସ୍କ ଛତା : ବ୍ରିଟିଶ କମ୍ପାନୀ ସ୍ୱେନ୍ ଅଡେନିର ଏହି ଛତାର ପ୍ରବଳ ପବନ ଓ ବର୍ଷା ସହିବାର କ୍ଷମତା ରହିଛି । ଏହାର ହ୍ୟାଣ୍ଡେଲ ଓଭେନ୍ ସିଲ୍କରେ ତିଆରି । କଳାରଙ୍ଗର ଏହି ଛତାରେ ରୟାଲ୍ କଲାର ୱାରେଣ୍ଟ ରହିଛି, ଯାହାକି ରୁପାରେ ତିଆରି । ଉକ୍ତ ଛତାର ମୂଲ୍ୟ ୧୨୭୦ ଡଲାର ।
ସ୍କିର୍ମ ଓଏରଟେଲ୍ ବ୍ରିଗ୍ ଚେରି ରିଅଲ୍ ସିଲ୍କ ଛତା: ଏହି ଛତାର କପଡା ବି ପିୟୋର୍ ସିଲ୍କରେ ତିଆରି । ଫ୍ରେମ୍‌ଟି ଉଚ୍ଚମାନର ଷ୍ଟିଲରେ ନିର୍ମିତ । ଏହାର ହ୍ୟାଣ୍ଡେଲରେ ଷ୍ଟର୍ଲିଂ ସିଲ୍‌ଭର୍‌ର ରୟାଲ୍ ୱାରେଣ୍ଟ କଲାର୍ ହଲ୍‌ମାର୍କ ରହିଛି । ପ୍ରିନ୍ସ ଅଫ୍ ୱେଲ୍ସଙ୍କ ଚିହ୍ନ ରହିଛି । ଏହାର ମୂଲ୍ୟ ହେଉଛି ୯୨୦ ଡଲାର ।
ବରବରୀ ନୁବକ୍ ଅଷ୍ଟ୍ରିଚ୍ ହ୍ୟାଣ୍ଡଲ ଛତା : ଗାଢ଼ ନୀଳ ରଙ୍ଗର ଏହି ଛତାର କପଡ଼ା କଟନ୍ ଓ ପଲିଷ୍ଟର ମିଶ୍ରିତ ଅଟେ । ଆଉ ହ୍ୟାଣ୍ଡେଲରେ ଅଷ୍ଟ୍ରିଚ୍ ବା ଓଟପକ୍ଷୀର ଚମଡ଼ାର ଆବରଣ ରହିଛି । ଏହି ଛତାର ଷ୍ଟିଚିଂ ବି ଖାସ୍ ଅଟେ । ପୁସ୍ ବଟନ ଓ ପ୍ରେସ୍ ଷ୍ଟଡ ଟ୍ୟାବ କ୍ଲୋଜର୍‌ରେ ବି ଓଟପକ୍ଷୀ ଚମଡାର ଆବରଣ କରାଯାଇଛି । ଏହାର ମୂଲ୍ୟ ହେଉଛି ୮୫୦ ଡଲାର ।
ମାରିଓ ଟାଲାରିକୋ ହର୍ନ ଇଗଲ୍ ଛତା: ଇଟାଲିର ନାପଲ୍ସରେ ନିର୍ମିତ ଉକ୍ତ ଛତାର ବେଣ୍ଟ ଛଞ୍ଚାଣର ମୁଣ୍ଡ ଭଳି ହୋଇଥାଏ । ଏହା ପଲିସ୍‌ଡ ବୋନ୍‌ରେ ନିର୍ମିତ । ଏହାର ମୂଲ୍ୟ ୬୫୦ ଡଲାର ।
ଆଲେକଜାଣ୍ଡର ମାକ୍‌କୁଇନ୍ ସ୍କଲ ହ୍ୟାଣ୍ଡେଲ ଛତ: ଏହି ବ୍ରାଣ୍ଡର ଛତା ସାରା ପୃଥିବୀରେ ପରିଚିତ । ଏହା ଷ୍ଟାଇଲିଶ୍ ହେବା ସହ ଭଲ କ୍ୱାଲିଟିର ଅଟେ । କଳା ଓ ବାଇଗଣୀ ରଙ୍ଗରେ ଆସୁଥିବା ଉକ୍ତ ଛତାର ବେଣ୍ଟରେ ଖପୁରି ଚିହ୍ନ ଥାଏ । ଏହାର ମୂଲ୍ୟ ୫୬୫ ଡଲାର ।
ସ୍ୱରଭୋସ୍କି କ୍ରିଷ୍ଟାଲ ଖଚ୍ଚିତ ପସୋତି ଇଟାଲୀୟ ଛତା: ଇଟାଲିର ଏର୍ନେଷ୍ଟା ପସୋତି ହେଉଛନ୍ତି ଏହି ଦାମୀ ବ୍ରାଣ୍ଡ ଛତା କମ୍ପାନୀର ପ୍ରତିଷ୍ଠାତା । ଏଠାରେ ସବୁଠାରୁ ଫାଇନ୍ ଇଟାଲୀୟ ଫ୍ୟାବ୍ରିକ୍‌, କାଠ ଓ ପିତ୍ତଳରେ ସୁନ୍ଦର ହାତ ତିଆରି ଛତା କରାଯାଏ । ତେବେ ଏହି ଛତା, ଯାହାର ମୂଲ୍ୟ ୩୬୦ ଡଲାର । ଏଥିରେ ଉଚ୍ଚମାନର ଇଟାଲୀୟ କପଡ଼ା ବ୍ୟବହାର ହୋଇଛି । ତା’ସହ କପଡା ଓ ହ୍ୟାଣ୍ଡେଲକୁ ସ୍ୱରଭୋସ୍କି କ୍ରିଷ୍ଟାଲରେ ସଜାଯାଇଛି । ଯଦ୍ୱ୍ୱାରା ଛତାଟି ଲାଗେ ବେଶ୍ ଆକର୍ଷକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ