ପୋଲ ତଳେ ପଡିଛି ପିପିଇ କିଟ୍‌ ଗ୍ରାମବାସୀ ଭୟଭୀତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ୧୫୭ ନଂ. ଜାତୀୟ ରାଜପଥ ନିକଟ ଗୁଡ୍ରିଗାଁ ପୋଲ ତଳେ ୫ଟି ପିପିଇ କିଟ୍‌ ପଡ଼ିଥିବା ଶୁକ୍ରବାର ସକାଳେ ଗ୍ରାମବାସୀ ଦେଖିଥିଲେ। ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କରୋନା ରୋଗୀମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରିବା ଓ ଚିକିତ୍ସା ପାଇଁ ଏହି ପିପିଇ କିଟ୍‌ କେବଳ ଡାକ୍ତର, ନର୍ସ, ସାସ୍ଥ୍ୟ କର୍ମଚାରୀ ଓ ସଂକ୍ରମିତଙ୍କୁ ନେବା ଆଣିବାରେ ଆମ୍ବୁଲାନ୍ସ ଚାଳକ ଆଦି ବ୍ୟବହାର କରୁଛନ୍ତି। ବ୍ୟବହାର ପରେ ଏହାକୁ ପୋଡି ନଷ୍ଟ କରିଦେବା ନିୟମ ରହିଛି। ପୋଲ ତଳେ ଦେଇ ଯାଇଥିବା ନାଳର ପାଣିରେ ଗ୍ରାମବାସୀ ପ୍ରତିଦିନ ଗାଧୋଇବା ସହ ଅନ୍ୟାନ୍ୟ କାମ ପାଇଁ ବ୍ୟବହାର କରିଥାନ୍ତି। ପିପିଇ କିଟ୍‌ ପଡିଥିବା ଦେଖିବାପରେ ଏହାକୁ ବ୍ୟବହାର କରିବାକୁ ଭୟ କରୁଥିବା ରୀନା ବାରିକ, ସଞ୍ଜୁକ୍ତା ସାହୁ, ୱାର୍ଡସଭ୍ୟ ଜଳେଶର କହଁର, ଭାବଗ୍ରାହୀ ପ୍ରଧାନ ପ୍ରମୁଖ କହିଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ଅଧିକାରୀ ରାଜ୍ୟଶ୍ରୀ ପଟ୍ଟନାୟକ କହିଛନ୍ତି, ବ୍ୟବହୃତ କିଟ୍‌ ଏଣେତେଣେ ପକାଇବା କଥା ନୁହେଁ। କିଏ ପକାଇଲା ଜାଣିବା ପରେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ