ପୌରାଞ୍ଚଳ ନୂଆ -ଓ କ୍ରୀଡା ଉତ୍ସବ ଉଦଯାପିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ନୂଆ -ଓ କ୍ରୀଡା ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି।‌ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ କ୍ରୀଡାବିତଙ୍କ ଅର୍ନ୍ତନିହିତ ଗୁଣର ବିକାଶ, ଦକ୍ଷତା ଓ ଉଲ୍ଲେଖନୀୟ ପାରଦର୍ଶିତା ବିକଶିତ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ମହତ ଉଦ୍ଦେଶ୍ୟ ସହ ନୂଆ-ଓ, ଯୁବ ଓଡିଶା- ନବୀନ ଓଡିଶା ଗଠନରେ ଯୁବ ଶକ୍ତିଙ୍କ ସକ୍ରିୟ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ , ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ଗୋଷ୍ଠୀଗତ ହକି, ଫୁଟବଲ୍, ଭଲିବଲ୍, ଖୋଖୋ, କବାଡି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ରାଜ୍ୟସ୍ତରୀୟ ୯୩ କିଲୋଗ୍ରାମ ଭାରତ୍ତୋଳନ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହିଞ୍ଜିଳିକାଟୁ ପୌରାଞ୍ଚଳର ସାଇରାମ ଗୌଡ ଓ ସର୍ବ ଭାରତୀୟ ସ୍ତରରେ ପାରମ୍ପରିକ ଯୋଗାସନ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୨ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ବେଦନ୍ତିକା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ନୃତ୍ୟ ଅନୁଷ୍ଡାନର ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡିଶା ମୋ ପରିବାର ସମ୍ପାଦକ ନିଳମଣି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ କାଉନସିଲର, ଜନପ୍ରତିନିଧି, ବୁଦ୍ଧିଜୀବୀ, କଳା ଓ କ୍ରୀଡା ପ୍ରେମୀ ଉପସ୍ଥିତ ଥିଲେ। ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲିପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୌର କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ