ହିତାଧିକାରୀଙ୍କ ଭତ୍ତା ବନ୍ଦ ପ୍ରସଙ୍ଗ : ସପ୍ତାହେ ବିତିଲା ସରପଞ୍ଚଙ୍କ ଧାରଣା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅଧିନ ୨୫ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସି ଅଧିନ ୧୦ ୱାର୍ଡ ର ୭୧୫ ହିତାଧିକାରୀ ଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ଗତ ୩ ମାସ ହେଲା ଭତ୍ତା ଅର୍ଥରାଶି ମିଳୁନଥିବା ଏବଂ ଦୀର୍ଘ ୨ ବର୍ଷ ଧରି ଅନଲାଇନ ଜରିଆରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ନୂତନ ଭତ୍ତା ଅନୁମୋଦନ କରାନଯିବା ପ୍ରତିବାଦରେ ସରପଞ୍ଚ ସଂଘର ଗଞ୍ଜାମ ଜିଲା  ସଭାପତି ତଥା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨ ତାରିଖ ଠାରୁ ଧାରଣାରେ ବସିଛନ୍ତି ।  ତାଙ୍କ ଧାରଣା ସୋମବାର  ସପ୍ତମ ଦିନରେ ପହଞ୍ଚିଛି। ସୋମବାର ମଧ୍ୟାହ୍ନରେ ଗଞ୍ଜାମ ଜିଲା ସାନଖେମୁଣ୍ଡି , କବିସୂର୍ଯ୍ୟନଗର , ହିଞ୍ଜିଳିକାଟୁ ବ୍ଲକ ଅଧିନ ଅନେକ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ଧାରଣା ସ୍ଥଳରେ ପହଞ୍ଚି ସରପଞ୍ଚ ମନୋରଞ୍ଜନ ଙ୍କ ଆନ୍ଦୋଳନକୁ  ସମର୍ଥନ ଜଣାଇବା ସହ ରାଜ୍ଯ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ ।ସମସ୍ତ ହିତାଧିକାରୀଙ୍କୁ ଯଥାଶୀଘ୍ର ସେମାନଙ୍କ ଭତ୍ତା ଟଙ୍କା ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରି ଉଦବୋଧନ ଦେଇଥିଲେ । ଆଗାମୀ ଦିନରେ ସରକାର ଯଦି ଏନେଇ କୈାଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଗଞ୍ଜାମ ଜିଲା ସରପଞ୍ଚ ସଂଘ ପକ୍ଷରୁ ଜନ ଆନ୍ଦୋଳନ କରାଯିବାକୁ ଦୃଢ଼ ଚେତାବନୀ ଦେଇଛନ୍ତି । ଧାରଣା ସ୍ଥଳରେ ସରପଞ୍ଚ ରବିନ୍ଦ୍ରନାଥ ପଲାଇ , ମିନତୀ କୁମାରୀ ଦାସ , ଅମୀୟ କୁମାର ମାହୁନ୍ତ , ସୁଜତା ପଣ୍ଡା ,   ବର୍ଷା ସେଠୀ , ମିନତୀ ସେଠୀ , କାହ୍ନୁଚରଣ ରାଉତ , କୃଷ୍ଣଚନ୍ଦ୍ର ଭାଉଲ , ସୁବାଷ ଗୈାଡ , ବିଜୟ ବେହେରା , ଅନୀଲ ପରିଡ଼ା , ସୁରଜ୍ ଭାଉଲ ଙ୍କ ସମେତ ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ ପ୍ରମୁଖ ବହୁସଂଖ୍ୟକ ଜନପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ