ପୌର ନିର୍ବାହୀ ଅଧିକାରୀଙ୍କୁ ୨୧ ନଂ ୱାର୍ଡ଼ବାସୀଙ୍କ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରପାଳିକାର ୨୧ ନଂ ୱାର୍ଡ଼ରେ ମୁକ୍ତା ଯୋଜନାରେ ହେଉଥିବା ବିଭିନ୍ନ ପ୍ରକଳ୍ପର ନିମ୍ନମାନର କାର୍ଯ୍ୟକୁ ଆରୋପ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ବିଶେଷ କରି ହେଉଥିବା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ନିମ୍ନମାନର ହୋଇଥିବା ବେଳେ କାର୍ଯ୍ୟ କରୁଥିବା ଗୋଷ୍ଠୀ ଗୁଣବତ୍ତା ରକ୍ଷା ଦିଗରେ ଦୃଷ୍ଟି ଦେଉ ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପୌରପାଳିକା ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଆପତ୍ତି ଜଣାଇଥିଲେ । କାର୍ଯ୍ୟର ଗୁଣବତ୍ତା ପ୍ରତି ଗୁରୁତ୍ୱ ଦେବା ପରିବର୍ତ୍ତେ ନିମ୍ନମାନର କାର୍ଯ୍ୟ ପାଇଁ ଠିକାଦାରୀ ଗୋଷ୍ଠୀଙ୍କର ଅର୍ଥକାଟ ହେବ ବୋଲି ଯନ୍ତ୍ରୀମାନେ କହିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଶେଷରେ ସେମାନେ ବାଧ୍ୟ ହୋଇ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ବାବଦରେ ଜଣାଇବା ସହ ଉଚିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ସହରର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ କୋଟି କୋଟି ଟଙ୍କାର କାର୍ଯ୍ୟ ହେଉଛି । ମାତ୍ର ବିଭିନ୍ନ ପ୍ରକଳ୍ପର ନିମ୍ନମାନର କାର୍ଯ୍ୟ ଏହି ଯୋଜନା ସଫଳତାରେ ଅନ୍ତରାୟ ହୋଇଛି ବୋଲି ଗ୍ରାମବାସୀମାନେ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସ୍ଥାନୀୟ ସଚେତନଶୀଳ ବାସିନ୍ଦା ରଂଜନ କୁମାର ଦାସ, ମନୋରଂଜନ ଦାସ, ଦିଲୀପ ମହାଳିକ, ପ୍ରଶାନ୍ତ କୁମାର ମାଝୀ, ନିହାର ରଂଜନ ମୁଦୁଲି, ବିକାଶ ବେହେରା, ଶୁଭମ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ