ପ୍ରକାଶ ପାଇଲା ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ରିପୋର୍ଟ, ପୁଣି ଆଗରେ ମୋଦି
ନୂଆଦିଲ୍ଲୀ:- ପ୍ରକାଶ ପାଇଲା ‘ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍’ ସର୍ଭେର ରିପୋର୍ଟ । ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସର୍ବାଧିକ ଲୋକପ୍ରିୟ ନେତା ହୋଇଥିବାବେଳେ ତାଙ୍କୁ ୫୩ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ଭବେ ପୁଣି ଥରେ ଦେଖିବାକୁ ଚାହାନ୍ତି । ତା ସହିତ ଦ୍ବିତୀୟ ସ୍ଥାନରେ ଥିବା ରାହୁଲ ଗାନ୍ଧୀଙ୍କୁ ୧୩ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି । ଏବଂ ତୃତୀୟ ସ୍ଥାନରେ ଥିବା ସୋନିଆଙ୍କୁ ୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଥିବା କହିଛନ୍ତି। ତେବେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୦୩ ଆସନ ହାସଲ କରିଥିବା ବେଳେ ଏବେ ନିର୍ବାଚନ ହେଲେ ଏହା ୨୭୧ ଆସନକୁ ଖସି ଆସିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ୧୫ଟି ଆସନ ଅଧିକ ପାଇବ ବୋଲି ସର୍ଭେରୁ ଜଣାପଡ଼ିଛି ।


