ପ୍ରଚାର ଗାଡିର ଶୁଭାରମ୍ଭ କଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ପାଖେଇ ଆସୁଛି ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ଗହଣରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିବାରେ ମାତିଛନ୍ତି । ରଜନୀତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଛତ୍ରପୁର ବ୍ଲକ ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି । ଆଜି ଛତ୍ରପୁର ବ୍ଲକର ଜୋନ ନଂ ୨୧ ର ବିଜେଡି ପ୍ରାର୍ଥୀନୀ ଛବିତା ବେହେରାଙ୍କ ପ୍ରଚାର ଗାଡିକୁ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଶୁଭାରମ୍ଭ କରିଛନ୍ତି । ଏହି ଗାଡି ମାଁ ରାମଚଣ୍ଡି ମନ୍ଦିରରେ ପୂଜା ହୋଇ ପରେ ବିଧାୟକଙ୍କ ଦ୍ୱାରା ଦଳୀୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଚଳିତ ନିର୍ବାଚନ ରେ କରୋନା ଗାଇଡ ଲାଇନ ପାଳନ କରିବା ସହ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହିକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ୨୧ ନଂ ଜୋନ ପାଇଁ ଏକ ପ୍ରଚାର ଗାଡିର ଶୁଭାରମ୍ଭ କରିବା ସହ ଏହି ଗାଡି ଏହି ଜୋନ ଅଧିନରେ ଥିବା ପୋଟଲାମପୁର, ବଉଳଗାଁ, ବଡମାଧପୁର, ବିପୁଳିଙ୍ଗି, ଭିକାରୀପଲ୍ଲୀ ଓ ମହାନାଦପୁର ପଚାଂୟତ ବିଭିନ୍ନ ଗ୍ରାମରେ ବୁଲି ଡିଜିଟାଲ ମଧ୍ୟମରେ ପ୍ରଚାର କରିବ ବୋଲି ବିଧାୟକ ମତପୋଷଣ କରିବା ସହ ୨୧ ନଂ ବିଜେଡି ପ୍ରାର୍ଥୀନୀ ଛବିତା ବେହେରା ବିପୁଳ ଭୋଟ ବ୍ୟବଧାନରେ ବିଜୟୀଲାଭ କରିବେ ବୋଲି କହିଥିଲେ । ଏହି ଡିଜିଟାଲ ପ୍ରଚାର ଗାଡିର ଶୁଭାରମ୍ଭ ବେଳେ ୨୧ ନଂ ଜୋନର ବିଜେଡି ପ୍ରାର୍ଥିନୀ ଛବିତା ବେହେରାଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।


