ପ୍ରଚାର ପାଇଁ ଓଡିଶା ଆସିବେ ମାୟାବତୀ

ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ବହୁଜନ ସମାଜବାଦ ପାର୍ଟିର ରାଷ୍ଟ୍ରୟ ଅଧକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏପ୍ରେଲ ୨ ତାରିଖ ଦିନ ଓଡିଶା ଗ୍ରସ୍ତରେ ଆସିବେ । ଭୂବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ସେ ବରମୁଣ୍ଡା ପଡିଆର ଆୟୋଜନ ସଭାରେ ପହଞ୍ଚି ବିଏସପିର ସାଧାରଣ ନିର୍ବାଚନକୁ ସମ୍ବୋଧିତ କରିବେ । ମାୟାବତୀଙ୍କ ପ୍ରଚାର ପରେ ସାରା ଦେଶରେ ବିଏସପି ନିର୍ବାଚନ ପ୍ରଚାର ଆରମ୍ଭ କରିବ ବୋଲି ବିଏସପିର ଓଡିଶା ସାମ୍ବାଦିକ ସମ୍ମୀଳନୀରେ ସଭାପତି ଟଙ୍କଧର ବାଗ କହିଛନ୍ତି ।ବିଏସପି ଦଳ ଓଡିଶାର ୨୧ ଟି ଲୋକସଭା ଓ ୧୪୭ ବିଧାନସଭା ପାଇଁ ପ୍ରାର୍ଥୀ ସ୍ଥିର କରିଛି । ପ୍ରଥମ ଓ ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀ ପତ୍ର ନାମାଙ୍କନ ଦାଖଲ କରିଛନ୍ତି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ମାୟାବତୀ ଘୋଷଣା କରିବେ ବୋଲି ଜଣାପଡିଛି । ସାମ୍ବାଦିକ ସମ୍ମିଳନୀରେ ବିଏସପିର ବରିଷ୍ଠ ସଦସ୍ୟ ଛୋଟୁରାମ ,ଅକ୍ଷୟ କୁମାର ମଲ୍ଲୀକ , ସୁବ୍ରତ ସାମଲ ବହୁନେତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ