ପ୍ରଥମ ଜାତୀୟ ଜ୍ୟୋତିଷଶାସ୍ତ୍ର କର୍ମଶାଳା-୨୦୨୨ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗୀତଗୋବିନ୍ଦ ସଦନଠାରେ ପ୍ରଥମ ଜାତୀୟ ତ୍ୟୋତିଷଶାସ୍ତ୍ର କର୍ମଶାଳା ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତିଷଶାସ୍ତ୍ର ସହ ବିଜ୍ଞାନର କିଭଳି ସମ୍ପର୍କ ଅଛି ଏବଂ ପ୍ରତିଟି ମୁହୂର୍ତ୍ତରେ ମାନବ ଜାତିରେ କିଭଳି ଅନୁଭୂତ ହୁଏ ତାହା ଉପରେ ଆଲୋଚନା ହୋଇଥିଲା । ମଣିଷ ଜନ୍ମରୁ ମୃତ୍‌ୁ୍ୟ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଗ୍ରହ, ନକ୍ଷତ୍ର ମାନଙ୍କ ପ୍ରଭାବ ଏବଂ ସେ ବିଷୟ ସମସ୍ତେ କିିପରି ଜ୍ଞାନପ୍ରାପ୍ତ ହେବେ ଏବଂ ରାଜ୍ୟର ପ୍ରତି କୋଣେ କୋଣେ ଜ୍ୟୋତିଷ ବିଦ୍ୟା ଉପରେ ସମସ୍ତଙ୍କର କିଭଳି ଜ୍ଞାନ ହେବ ସମସ୍ତଙ୍କ ଦୃଷ୍ଟି ଜ୍ୟୋତିଷଶାସ୍ତ୍ର ରହିବ ତାହାରି ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ହରିହର ହୋତା, ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଫେସର ସୁବାସ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଖଗେଶ୍ୱର ମିଶ୍ର ବଶିଷ୍ଟ ବକ୍ତା ଭାବେ ଯୋଗ ଦେଇଥିôବା ବେଳେ ଗୋରଖପୁର ଶାଖାଦୀପ ସଂଗଠନ ମନ୍ତ୍ରୀ ଅନନ୍ତ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଜାମ୍ମୁ କାଶ୍ମୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଭାତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଆବାହକ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗର ଆସିଣ୍ଟାଣ୍ଟ ପ୍ରଫେସର ଚିତ୍ତରଞ୍ଜନ ନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ