ପ୍ରଥମ ରକ୍ଷାକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ସଡକ ସୁରକ୍ଷା ନିମନ୍ତେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚାଲିଥିବା ଦୁଇ ଦିନିଆ କର୍ମଶାଳା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଶେଷ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କର୍ମଶାଳାର ଶେଷ ପର୍ଯ୍ୟାୟରେ ଉପସ୍ଥିତ ରହି ମାଷ୍ଟର ଟ୍ରେନର୍ ମାନଙ୍କୁ ରକ୍ଷକ କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ମାଷ୍ଟର ଟ୍ରେନର୍ ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଜଣାଇଥିଲେ । ଏହି ଅବସରରେ ଗତକାଲି ପୋଚିଲିମା ଛକ ଠାରେ ଗୋଟିଏ ବାଇକ୍ ଡିଭାଇଡର୍ କୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁଇ ଚକିଆ ଯାନରେ କଞ୍ଚୁଡୁରୁ ହିଞ୍ଜିଳିକାଟୁକୁ ଗସ୍ତ କରୁଥିବା ସମୟରେ ଦୁର୍ିଘଟଣା ଘଟିବାର ଦୁଇଜଣ ଆରୋହୀ ଦୁର୍ଘଟଣା ସ୍ଥଳରେ ଅଚେତ ହୋଇ ପଡିଥିଲେ । ସେମାନଙ୍କୁ ରକ୍ଷା କରିବାକୁ କେହି ଆଗେଇ ଆସୁନଥିଲା ବେଳେ ଧରାକୋଟ ବ୍ଳକ୍ ର ବାହାର ପୁର ଗ୍ରାମ ପଞ୍ଚାୟତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ପୁତ୍ର ଅବିନାଶ କୁମାର ପାଣିଗ୍ରାହୀ ବୟସ ୨୧ ସେ ଦୁହିଁଙ୍କୁ ପ୍ରଥମ ରକ୍ଷାକାରୀଭାବେ ଉପସ୍ଥିତ ରହି ସେମାନଙ୍କର ପ୍ରାଥମିକ ଚିକିତ୍ସା ସକାଶେ ପ୍ରୟାସ କରି ସେ ଦୁହିଁଙ୍କ ଜୀବନ ବଞ୍ଚାଇବା ଦିଗରେ ସହାୟକ ହୋଇଥିଲେ । ଆଜିର ଏହି କର୍ମଶାଳାର ଶେଷ ପର୍ଯ୍ୟାୟରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉପସ୍ଥିତ ରହି ଉକ୍ତ ଯୁବକକୁ ସରକାରଙ୍କ ଘୋଷଣା ପ୍ରକାରେ ୨୦୦୦ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ ଏବଂ ଉକ୍ତ ଯୁବକଙ୍କୁ ସାଧୁବାଦ ଜଣାଇଥିଲେ । ଉକ୍ତ କର୍ମଶାଳାରେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ, ଏମ୍.ଭି.ଆଇ ଶିବ ନାରାୟଣ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ