ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ବିନୋଦବିହାରୀ ମନ୍ଦିରରେ ରାଧାପାଦ ଦର୍ଶନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ବିନୋଦବିହାରୀଜୀଉଙ୍କ ମନ୍ଦିରରେ ଅଁଳାନବମୀ ଓ ରାଧାପାଦ ଦର୍ଶନ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ୬ଟା ସମୟରେ ମନ୍ଦିରର ପହଡ ଖୋଲାଯାଇ ଦିଅଁମାନଙ୍କୁ ସ୍ନାନ କରାଯିବା ପରେ ଆଳତି କରାଯାଇଥିଲା । ଏହାପରେ ଅଁଳାନବମୀ ଅବସରରେ ଅଁଳାବୃକ୍ଷ ପୂଜନ କରାଯିବାପରେ ରାଧାଙ୍କ ପାଦଦର୍ଶନ ନିମନ୍ତେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । ଏହି ଅବସରରେ ହବିଶିଆଳୀମାନେ ହବିଶ ଅନ୍ନ ସେବନ କରିଥିଲେ । ମନ୍ଦିରର ଟ୍ରଷ୍ଟି ବିପଦଭଞ୍ଜନ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ମୂରଲୀଧର ସେଠୀ, ଆଇନଜୀବୀ ଦେବଦାସ ମହାନ୍ତି, ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଠାକୁରଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଅନନ୍ତ ମହାରଣା, ରଘୁନାଥ ବେହେରା, ରମାକାନ୍ତ ସାହୁ, ଅନ୍ତର୍ଯ୍ୟାମୀ ମହାରଣା, ସୁନାକର ସେଠୀ, ଅଶୋକ କୁମାର ଷେଣ୍ଢ, ଶକ୍ତିକାନ୍ତ ପାତ୍ର, ବସନ୍ତ କୁମାର ସାହୁ, ଶେଷଦେବ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


