ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ଶୋକ
ବୁଗୁଡା, (ଅନିଲ ମହାରଣା): “ସବୁଜରୁ ସାମ୍ପ୍ରତିକ ” ପୁସ୍ତକର ସ୍ରଷ୍ଟା ତଥା ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ବାଲିପଦର “ଘୁମୁସରର ସ୍ୱର” ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସ୍ୱର୍ଗତ ଶତପଥୀଙ୍କ ଅମର ଆତ୍ମାର ସଦଗତି କାମନା ଓ ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରି ବାଲିପଦର ” ଘୁମୁସରର ସ୍ୱର ” ପକ୍ଷରୁ ଏକ ଶୋକ ପ୍ରସ୍ତାବ ଗୃହୀତ ହୋଇଥିବା ସଂଗଠନର ସଭାପତି ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।


