ବ୍ୟାଙ୍କ ଆକାଉଣ୍ଟ୍ ପରିଚାଳନା ସମ୍ପର୍କରେ କେତେକ ଜାଣିବା କଥା
ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ କରିବାକୁ ଚାହୁଁଥିଲେ କେତେକ ବିଷୟ ପ୍ରତି ସ୍ୱତନ୍ତ୍ର ନଜର ଦେବାକୁ ପଡ଼ିଥାଏ । ତେଣୁ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ନିମ୍ନଲିଖିତ ବିଷୟ ପ୍ରତି ନଜର ଦିଅନ୍ତୁ ।\nଆଜିକାଲି କେବଳ ଟଙ୍କା ପଇସା କାରବାର ନୁହେଁ । ସଞ୍ଚୟ କରିବାର ଅନ୍ୟତମ ମାଧ୍ୟମ ହେଲା ବ୍ୟାଙ୍କ । ଏବେ କେବଳ ଜାତୀୟ ସ୍ୱୀକୃତିପ୍ରାପ୍ତ ନୁହେଁ, ଅନେକ ବେସରକାରୀ ବ୍ୟାଙ୍କରେ ଟଙ୍କା ଦେଣନେଣ କରିହେଉଛି । ଆକାଉଣ୍ଟ ଖୋଲିବା ସମୟରେ ସମ୍ପୃକ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଆବଶ୍ୟକ କାଗଜପତ୍ର ଦେବାକୁ ପଡିଥାଏ । ସମସ୍ତ ସର୍ତ୍ତ ପୂରଣ ପରେ ସେହି ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଏ । ଠିକ୍ ସେହିପରି ଯେତେବେଳେ ଆପଣ ନିଜ ଆକାଉଣ୍ଟ ବନ୍ଦ କରିବାକୁ ଚାହୁଁଛନ୍ତି ସେପରି କେତେକ ନିୟମ ପାଳନ କରିବାକୁ ପଡ଼େ । କୌଣସି ବି ଖାତା ଅନ୍ଲାଇନ୍ କ୍ଲୋଜ ହୁଏ ନାହିଁ । ଖାତା ବନ୍ଦ କରିବାକୁ ହେଲେ ଆପଣଙ୍କ ନିକଟତମ ବ୍ୟାଙ୍କ ଯିବାକୁ ପଡିଥାଏ । ଯଦି ଆପଣଙ୍କ ଡରମାଟ୍ ଆକାଉଣ୍ଟ ଥାଏ ତେବେ ତା’କୁ ବନ୍ଦ କରିବାକୁ ହେଲେ ପ୍ରଥମେ ତାକୁ ଚାଲୁ କରିବାକୁ ପଡିଥାଏ । ଡରମାଟ୍ ଆକାଉଣ୍ଟ ଆମେ ତାକୁ କହିବା ଯେଉଁ ଆକାଉଣ୍ଟରେ ଦୁଇ ବର୍ଷ ହେବ କିଛି ନେଣଦେଣ(ଟ୍ରାଞ୍ଜାକ୍ଶନ୍) ହୋଇ ନ ଥିବ । ଡରମାଟ୍ ଆକାଉଣ୍ଟ ବନ୍ଦ କରିବାକୁ ହେଲେ ବି ବ୍ୟାଙ୍କରେ ଫର୍ମ ପୂରଣ କରିବାକୁ ପଡିଥାଏ । ଖାତାକୁ ବନ୍ଦ କରିବା ପୂର୍ବରୁ ଦେଖିବାକୁ ପଡିଥାଏ ଯେ ଏଥିରେ ବୀମା ପଲିସି, କ୍ରେଡିଟ୍ କାର୍ଡ ପେମେଣ୍ଟ, ଡିମାଟ୍, ଟ୍ରେଡିଂ ଆକାଉଣ୍ଟ, ଲୋନ୍ ଓ ସେଭିଂ ଆକାଉଣ୍ଟ ଆଦି କିଛି ଲିଙ୍କ ନାହିଁ ତ? ଅଧିକାଂଶ ବ୍ୟାଙ୍କ ଆକାଉଣ୍ଟ ସହ ଏସବୁକୁ ଲିଙ୍କ କରିଥାନ୍ତି । ଯଦି ଆପଣଙ୍କ ଜଏଣ୍ଟ ଆକାଉଣ୍ଟ ଥାଏ ତେବେ ଖାତା ବନ୍ଦ କିରବାକୁ ହେଲେ ଦୁଇ ଜଣ ଖାତାଧାରୀଙ୍କୁ ବ୍ୟାଙ୍କରେ ଉପସ୍ଥିତ ରହିବା ଜରୁରୀ । କିନ୍ତୁ କେତେକ ବ୍ୟାଙ୍କରେ ଖାତାଧାରୀ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍(ଏନ୍ଓସି) ଦେଇ ନିଜର ଆକାଉଣ୍ଟ ବନ୍ଦ କରିପାରିବେ ।\nଆକାଉଣ୍ଟ ବନ୍ଦ କରିବାକୁ ହେଲେ ଆପଣାନ୍ତୁ ଏହି ପ୍ରକ୍ରିୟା\n-ଆପଣ ଯେଉଁ ଖାତା ବନ୍ଦକରିବାକୁ ଯୋଜନା କରୁଛନ୍ତି, ଯଦି ସେଥିରେ କିଛି ଜମାରାଶି ଅଛି ତା’କୁ ଖାତାରୁ ଉଠାଇପାରିବେ କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରିପାରିବେ । ଏହି ରାଶିକୁ ମଧ୍ୟ ଡିମାଣ୍ଡ ଡ୍ରାଫ୍ଟ କରି ମଧ୍ୟ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରିବେ ।\n-ଟ୍ରାନ୍ସଫର କରିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆକାଉଣ୍ଟର ଲାଷ୍ଟ ଟ୍ରାଞ୍ଜାକ୍ଶନ୍ର ଷ୍ଟେଟ୍ମେଣ୍ଟ୍ ନିଜ ପାଖରେ ନିଶ୍ଚିତ ରଖନ୍ତୁ ।\n-ଏହା ପରେ ଆକାଉଣ୍ଟ କ୍ଲୋଜ୍ର ଫର୍ମ ପୂରଣ କରନ୍ତୁ । ବ୍ୟାଙ୍କ କର୍ମଚାରୀଙ୍କ ପାଖକୁ ଯାଇ ଫର୍ମ ଡିପୋଜିଟ୍ କରନ୍ତୁ । ବ୍ୟାଙ୍କ କ୍ଲୋଜର ଫର୍ମ ଭରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବନି । ଏହି ଫର୍ମ ମଧ୍ୟ ଆପଣଙ୍କ ବ୍ୟାଙ୍କର ୱେବ୍ସାଇଟ୍କୁ ଯାଇ ଡାଉନ୍ଲୋଡ୍ କରିବାକୁ ହେବ ।\n-ଆପଣଙ୍କୁ ଖାତା ବନ୍ଦ କରିବାକୁ ହେଲେ ଅତିକମ୍ରେ ଗୋଟିଏ କାରଣ ଦର୍ଶାଇବାକୁ ପଡିବ ।\n-ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର କ୍ରେଡିଟ୍ କାର୍ଡ ପେମେଣ୍ଟ, ଡିମାଟ୍ ଓ ଟ୍ରେଡିଙ୍ଗ ଆକାଉଣ୍ଟ, ବୀମା, ଲୋନ୍ ଆଦିରେ ଲିଙ୍କ ଥାଏ ତେବେ ପ୍ରଥମେ ନିଜର ଅଲଗା ଆକାଉଣ୍ଟକୁ ଏସବୁକୁ ଲିଙ୍କ କରିଦିଅନ୍ତୁ । କାରଣ ଆକାଉଣ୍ଟ ବନ୍ଦ କରିବା ସମୟରେ ଡିଲିଙ୍କିଙ୍ଗ ଫର୍ମ ପୂରଣ କରିବାକୁ ପଡ଼ିଥାଏ ।\n-ଏହା ପରେ ବ୍ୟାଙ୍କ ଅଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜ କରିବାର ଆପ୍ଲିକେଶନ୍ ଓ ସେଲ୍ଫ ଆଟେଷ୍ଟେଡ୍ କିମ୍ବା ନିଜ ସାଇନ୍ ହୋଇଥିବା ଲେଟର ବ୍ୟାଙ୍କରେ ଜମା କରିବାକୁ ପଡ଼ିଥାଏ ।\n-ଏସବୁ ପରେ ଆପଣଙ୍କୁ ଚେକ୍ବୁକ୍,ଏଟିଏମ୍ କାର୍ଡ, କ୍ରେଡିଟ୍ କାର୍ଡ ଆଦି ବ୍ୟାଙ୍କକୁ ଫେରାଇବାକୁ ପଡ଼ିଥାଏ ।\n-ଏହାପରେ ବ୍ୟାଙ୍କ ଅଧିକାରୀ ଆପଣଙ୍କ ଖାତା ସହ ଜଡିତ କୌଣସି ଟ୍ୟାକ୍ସ ପେଣ୍ଡିଂ ହୋଇଥାଏ, ତାକୁ ଯାଞ୍ଚ କରିବାକୁ ପଡ଼େ । କୌଣସି ବି ଜରିମାନା, ବାକି କିମ୍ବା ଭାଲ୍ୟୁ ଆଡେଡ୍ ସର୍ଭିସ ଦେବାକୁ ଥାଏ ତେବେ ବ୍ୟାଙ୍କ ଆପଣଙ୍କଠାରୁ ଚାର୍ଜ କରିଥାଏ ।\n-କିଛି ପ୍ରାଇଭେଟ୍ ବ୍ୟାଙ୍କ ରହିଛି, ଖାତା ବନ୍ଦ କରିବାର ଚାର୍ଜ ନେଇଥାନ୍ତି । ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା- ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ୧୪ଦିନ ଭିତରେ ଆକାଉଣ୍ଟ କ୍ଲୋଜ କରୁଛନ୍ତି ତେବେ ବ୍ୟାଙ୍କ ଆପଣଙ୍କଠାରୁ କୌଣସି ଚାର୍ଜ ନେବ ନାହିଁ । ଯଦି ଆପଣ ୧୪ଦିନରୁ ଅଧିକ ଏକ ବର୍ଷ ମଧ୍ୟରେ ଆକାଉଣ୍ଟ ବନ୍ଦ କରି ଦେଉଛନ୍ତି ତେବେ ବ୍ୟାଙ୍କ ଆପଣଙ୍କଠାରୁ କ୍ଲୋଜର ଚାର୍ଜ ନେଇପାରିବ ।\n-ଶେଷରେ ବ୍ୟାଙ୍କ ଅଧିକାରୀ ଆକନଲେଜ୍ମେଣ୍ଟର ଗୋଟିଏ କପି ଦେବେ ଓ ୧୦ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ।\n-ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ବ୍ୟାଙ୍କ ରେଜିଷ୍ଟର୍ଡ ଇ-ମେଲ୍ ଆଇଡି ସହିତ ମୋବାଇଲକୁ ମଧ୍ୟ ଏସ୍ଏମ୍ଏସ୍ ଆସିଯିବ ଯେ ଆପଣଙ୍କ ଆକାଉଣ୍ଟ କ୍ଲୋଜ ହୋଇଗଲା ।\nକାହିଁକି ଜରୁରୀ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜ୍ କରିବା…\n-ଆଜିକାଲିର ଯୁବପିଢ଼ି କ୍ରେଡିଟକାର୍ଡ, ସ୍ୱାର୍ଟକାର୍ଡ, ଭିଜାକାର୍ଡ ଆଦି ଚକ୍କରରେ ଅନେକ ବ୍ୟାଙ୍କରେ ନିଜର ବ୍ୟାଙ୍କ ଆକାଉଣ୍ଟ ଖୋଲିଦିଅନ୍ତି କିମ୍ବା ପୁଣି ବାରମ୍ବାର ଚାକିରି ବଦଳିବା କାରଣରୁ ତାଙ୍କୁ କମ୍ପାନୀ ଦ୍ୱାରା ଅଲଗା ଅଲଗା ବ୍ୟାଙ୍କରେ ସାଲାରି ଆକାଉଣ୍ଟ ଖୋଲିବାକୁ ପଡିଥାଏ । ଯେଉଁ କାରଣରୁ ସେମାନଙ୍କ ପାଖରେ ମଲ୍ଟିପଲ ସେଭିଂ ଆକାଉଣ୍ଟ ହୋଇଯାଏ । ମଲ୍ଟିପଲ ସେଭିଂ ଆକାଉଣ୍ଟ ରଖିବା ଦ୍ୱାରା ଫାଇଦା କମ୍ କ୍ଷତି ଅଧିକ ହୋଇଥାଏ । ଅର୍ଥାତ୍ ଏତେ ବ୍ୟାଙ୍କ ଆକାଉଣ୍ଟ ରଖିବା ବଦଳରେ ତାକୁ ବନ୍ଦ କରିଦେବା ଠିକ୍ ହେବ । କାହିଁକି ନା ବ୍ୟାଙ୍କ ଆକାଉଣ୍ଟ ଯେତେ କମ୍ ହେବ, ତାକୁ ମେଣ୍ଟେନ୍ କରିବା ଓ ତା\’ ଉପରେ ନଜର ରଖିବା ସହଜ ହେବ ।\n-ସେଭିଂ ଆକାଉଣ୍ଟ ହେବା ଦ୍ୱାରା କେତେ ପ୍ରକାର ଶୁଳ୍କ ଦେବାକୁ ପଡିଥାଏ । ଯେମିତିକି ଡେବିଟ୍ କାର୍ଡ, ଏସ୍ଏମ୍ଏସ୍ ଚାର୍ଜ, ଏଟିଏମ୍ ଉପଯୋଗ ଚାର୍ଜ ଆଦି ଦେବାକୁ ହେବ । ମଲ୍ଟିପଲ୍ ଆକାଉଣ୍ଟ ହେବା ଦ୍ୱାରା ବିନା କାରଣରେ ଏହାର ଶୁଳ୍କ ଦେବାକୁ ପଡିଥାଏ । ଏହାଠୁ ଭଲ ହେବ ଅତିରିକ୍ତ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିଦିଅନ୍ତୁ ।\n-ଅଧିକ ବ୍ୟାଙ୍କ ଆକାଉଣ୍ଟ ହେବା କାରଣରୁ ଆପଣଙ୍କୁ ସେଥିରେ ମିନିମମ୍ ବାଲାନ୍ସ ରଖିବା ଜରୁରୀ । ମିନିମମ୍ ବାଲାନ୍ସ ମେଣ୍ଟେନ୍ ନ କରିବା ପଫଳରେ ବ୍ୟାଙ୍କ ଦ୍ୱାରା ଲଗାଯାଇଥିବା ପେନାଲିଟି ଆପଣଙ୍କୁ ଭରିବାକୁ ପଡିପାରେ ।\n-ସେଭିଂସ୍ ବ୍ୟାଙ୍କ ଆକାଉଣ୍ଟରେ ବହୁତ କମ୍ ସୁଧ ମିଳିଥାଏ । ଏହା ବଦଳରେ ସେଭିଂ ଜମାରାଶିକୁ ଫିକ୍ସଡ୍ ଡିପୋଜିଟ୍, ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଡିମାଟ୍ ଆକାଉଣ୍ଟରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ଅଧିକ ଲାଭ ମିଳିବ ।


