ସଲମାନଙ୍କ ବିନା କ୍ୟାଟ୍ରିନା ଅଧୁରା

ମୁମ୍ବାଇ : ସଲମାନ ଖାନଙ୍କ ବିନା ମୁଁ ଅଧୁରା। ତାଙ୍କ ସହ ସବୁ ଫିଲ୍ମରେ ଅଭିନୟ କରିବାକୁ ମୁଁ ପ୍ରସ୍ତୁତ। ନିକଟରେ ଏକ ଶୋ’ରେ ଭାଗ ନେଇ କ୍ୟାଟ୍ରିନା ଏଭଳି କହିଛନ୍ତି। ସୂଚନା ଥାଉ କି ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ୍‌ ପରେ ବି ଦୁହିଁଙ୍କ ବନ୍ଧୁତା ବେଶ୍ ମଜଭୁତ ଅଛି। ଆଜି ମଧ୍ୟ ଦୁହେଁ ଏକାଠି ଫିଲ୍ମରେ କାମ କରନ୍ତି। ସଲ୍ଲୁ ମଧ୍ୟ କ୍ୟାଟଙ୍କ ସହ ଫିଲ୍ମ କରିବାକୁ ଚାହିଁ ବସିଛନ୍ତି। ଏକ ଷ୍ଟେଜ୍ ଶୋ’ରେ କମେଡିଆନ କପିଲ ଶର୍ମା ସଲମାନଙ୍କୁ ପଚାରିଥିଲେ ଆଗାମୀ ଫିଲ୍ମ ତୁମେ କେଉଁ ଅଭିନେତ୍ରୀଙ୍କ ସହ କରିବାକୁ ଚାହୁଁଛ। ଏହାର ଉତ୍ତରରେ ସଲ୍ଲୁ କ୍ୟାଟ୍ରିନାଙ୍କ ନାଁ ନେଇଥିଲେ। କେବଳ ଏତିକି ନୁହେଁ ବେଳେବେଳେ କ୍ୟାଟ୍ରିନାଙ୍କ ଫଟୋକୁ ସେ ଜୁମ୍ କରି ଦେଖିଥାନ୍ତି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ