ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖୋଲାଯାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶର ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ । ପ୍ରାୟ ଦେଢ ବର୍ଷହେବ ସ୍କୁଲ କଲେଜ ବନ୍ଦ ହୋଇ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତହେଲେ । ଏବେ ଦୋକାନ, ବଜାର, ବିରାଟମଲ, ଧାର୍ମିକ ଅନୁଷ୍ଠାନ, ସିନେମାହଲ ଇତ୍ୟାଦିକୁ ଖୋଲିବାଲାଗି ଅନୁମତି ଦିଆଯାଇଛି । ଏହାସତ୍ୱେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇନଥିବାରୁ ଶିକ୍ଷାବ୍ୟବସ୍ଥା ଅଧିକବିପର୍ଯ୍ୟୟ ଆଡକୁ ଗତିକରିଛି । ସ୍କୁଲ ବନ୍ଦ ରହିବାହେତୁ ଆଦିବାସୀ, ଦଳିତ, ସାଧାରଣ କୃଷକ, ନିର୍ମାଣ ଶ୍ରମିକ ଓ ଦାଦନ ଶ୍ରମିକ ଶ୍ରେଣୀର ପିଲାମାନେ ସମ୍ପୂର୍ଣ ପାଠପଢା ଛାଡିଦେଲେଣି । ଅଧିକ ଦିନ ସ୍କୁଲ ବନ୍ଦ ରହିଲେ ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକଷ୍ଟକର ହୋଇଯିବ । ଅନଲାଇନ କ୍ଲାସ, ଟିଭି ଓ ରେଡିଓର ସହାୟତା ସତ୍ୱେ ପିଲାଙ୍କ ଅବଶ୍ୟକତାକୁ ତାହା ପୂରଣ କରିପାରିନାହିଁ । ଗତ ୬ ସେପ୍େଟମ୍ବର ୨୦୨୧ ତାରିଖରେ ଓଡିଶାସମେତ ୧୫ଟି ରାଜ୍ୟରଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥିବା ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ୧୪୦୦ ପିଲାଙ୍କୁ ନେଇ “ଲକ୍ଡ ଆଉଟ ଏମର୍ଜେନ୍ସି ରିପୋର୍ଟ ଅନ ସ୍କୁଲ ଏଜୁକେଶନ” ଶୀର୍ଷକ ଏକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ୩୬ ପ୍ରତିଶତ ଓ ସହରାଞ୍ଚଳରେ ୧୯ ପ୍ରତିଶତ ପିଲା କରୋନା ସମୟରେ ଆଦୌ ପାଠ ପଢିନାହାନ୍ତି । ଗ୍ରାମାଞ୍ଚଳରେ ୪୮ ପ୍ରତିଶତ ଓ ସହରାଞ୍ଚଳରେ ୪୨ ପ୍ରତିଶତ ପିଲା, ସମଗ୍ର ଛାତ୍ରଛାତ୍ରୀଙ୍କର ବୃହତ୍ତର ଭାଗ, ଅଳ୍ପ କିଛିବାକ୍ୟ ପଢିପାରୁଛନ୍ତି । ପିଲାମାନଙ୍କର ଲେଖିବା ଓ ପଢିବା ଅଭ୍ୟାସ ଆଉ ନାହିଁ କହିଲେଚଳେ । ଉପରୋକ୍ତ ସର୍ବେକ୍ଷଣ ଅନୁସାରେ, ସହରାଞ୍ଚଳରେ କେବଳ ୨୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି । ସେମାନଙ୍କ ମଧ୍ୟରୁ ବେଶ କେତେକ ଛାତ୍ରଛାତ୍ରୀ ଡିଜିଟାଲ ବୈଷମ୍ୟର ଶିକାର ହେଉଛନ୍ତି । ଆର୍ôଥକ ଅବସ୍ଥାସ୍ୱଛଳ ନଥିବାହେତୁ ସେମାନଙ୍କ ପାଖରେ ହୁଏତ ସ୍ମାର୍ଟଫୋନ ନାହିଁବା ନିୟମିତ ଡାଟାକାର୍ଡକୁ ରିଚାର୍ଜ କରିପାରୁନାହାନ୍ତି ନଚେତ ନିକଟରେ ମୋବାଇଲ ଟାୱାର ନଥିବାକାରଣରୁ ଇଣ୍ଟରନେଟସୁବିଧା ପାଉନାହାନ୍ତି । ଏହା ଦ୍ୱାରାସମ୍ବିଧାନର ଧାରା ୨୧ – ଏ ଅନୁସାରେ ‘ସମସ୍ତଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା’ ବ୍ୟବସ୍ଥାଗତ ଅଧିକାରର ଘୋରଉଲ୍ଲଂଘନ ହେଉଛି । ଉକ୍ତ ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ୯୭ ଭାଗ ଓ ସହରାଞ୍ଚଳରେ ୯୦ ଭାଗ ପିତାମାତା ଶ୍ରେଣୀଗୃହରେ ଶିକ୍ଷା ପ୍ରଦାନ ନିମନ୍ତେ ମତ ପ୍ରକାଶ କରିଛନ୍ତି । ଛଅଟିରାଜ୍ୟକୁ ନେଇ ଉନିସେଫର ‘ସ୍କୁଲକ୍ଳୋଜର ଇନ ଦି କଣ୍ଟେକ୍ସ୍ଟ ଅଫ କୋଭିଡ’ (ମଇ, ୨୦୨୧) ସର୍ଭେ ରିପୋର୍ଟ ଅନୁସାରେ, ୯୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲରେ ଯୋଗ ଦେବାଲାଗି ଆଗ୍ରହୀ । ରିପୋର୍ଟ ଏକଥା ମଧ୍ୟ ଦର୍ଶାଉଛି ଯେ ଅନୁସୂଚିତ ଜାତି ଓ ଜନଜାତି, ପ୍ରବାସୀଶ୍ରମିକ ଇତ୍ଯାଦିଙ୍କ ଅର୍ଥନୈତିକ ଅବସ୍ଥାରେ ଘୋର ଅବନତି ଯୋଗୁଁ ଶତକଡା ୧୦ ଭାଗ ପିତାମାତାତାଙ୍କ ପିଲାଙ୍କୁସ୍କୁ ଲକୁ ପଠାଇବାର ସ୍ଥିତିରେ ନାହାନ୍ତି । ସେମାନେ ପିଲାମାନଙ୍କୁ ବାଳ ଶ୍ରମିକଭାବରେ ନିଯୁକ୍ତ କରିବା ଲାଗି ବାଧ୍ୟ ହୋଇଛନ୍ତି । ଅନଲାଇନ ଶିକ୍ଷା ଯେ କଦାପି ଏକ ସମାଧାନର ରାସ୍ତା ନୁହେଁ ଏହି କଥା ଏନଏସଏସ ଦ୍ୱାରାଜୁଲାଇ ୨୦୧୭ରୁ ଜୁନ ୨୦୧୮ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା “ହାଉସହୋଲ୍ଡ କଞ୍ଜମ୍ପସନ ଅନ ଏଜୁକେଶନ ଇନ ଇଣ୍ଡିଆ” ସର୍ବେକ୍ଷଣ ରିପୋର୍ଟ ଦେଖିଲେ ଜଣାପଡୁଛି । କୋଭିଡ ଲକଡାଉନ ପୂର୍ବରୁ ଓଡିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ମାତ୍ର ୫ରୁ ୧୦ ପ୍ରତିଶତ ଲୋକ ଇଣ୍ଟେରନେଟ ବ୍ୟବହାର କରିଥିବା ଏହି ରିପୋର୍ଟକୁହେ । ଅନଲାଇନ ଶିକ୍ଷାଲାଗି ଆବଶ୍ଯକୀୟ ଭିତ୍ତିଭୂମିସହିତ ପରିବାର ଆୟ ବୃଦ୍ଧି ଭଳି ସାମାଜିକ ଭିତ୍ତିଭୂମୀର ଆବଶ୍ୟକତା ମଧ୍ୟ ରହିଛି । ପୁଣି ଅନଲାଇନ ଶିକ୍ଷା ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ, ନୂଆବିଷୟ ପ୍ରତି ଆଗ୍ରହ, ଅନ୍ୟ ପ୍ରତିବ୍ୟବହାରରେ ଘୋର ଅବନତି ଆଣୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି । କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅନେକ ଛାତ୍ରଛାତ୍ରୀ ଦେଢବର୍ଷରମୂଲ୍ୟବାନ ସମୟ ହରାଇଲେ । ବିଶେଷକରି ଦଳିତ, ଆଦିବାସୀ, ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଅଥବା ଚାକିରୀ କ୍ଷେତ୍ରରେ ହେଉଥିବା ବିଭିନ୍ନ ପରୀକ୍ଷାରେ ଉଚ୍ଚ ଜାତି ଓ ଧନୀ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଠାରୁ କେବଳ ଯେ ପଛୁଆ ରହିବେ ତାହା ନୁହେଁ ସେମାନେ ହୁଏତ ଆଦୌ ପ୍ରତିଯୋଗୀତାରେ ଉତ୍ତିନ୍ନ ମଧ୍ୟ ହୋଇନପାରନ୍ତି । ଫଳରେ, ସେମାନଙ୍କ ଲାଗି ନିଯୁକ୍ତିର ସମ୍ଭାବନା ଶୁନ ହୋଇଯିବ । ସେମାନେ ନିଜର କୌଣସିବି ଦୋଷ ନଥାଇ ଦଣ୍ଡିତ ଅନୁଭବ କରିବା ଦ୍ୱାରା ସେମାନଙ୍କ ମାନସିକ ସ୍ଥିତିରେ ଏହା ଅଜସ୍ର ପ୍ରଭାବ ପକାଇବ । ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ଅଭାବ ଦେଖାଇ ଭବିଷ୍ୟତରେ ସରକାର ବାକି ଥିବା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ହୁଏତ ବନ୍ଦ ମଧ୍ୟ କରିଦେଇ ପାରନ୍ତି । ମଣିଷର ବିକାଶ ଦିଗରେ ପ୍ରାଥମିକ ଶିକ୍ଷାବିଶେଷ ଗୁରୁତ୍ୱପୂର୍ଣ ହୋଇଥିଲେ ମଧ୍ୟ ସରକାର ସ୍କୁଲଗୁଡିକୁ ନଖୋଲିବା ଦ୍ୱାରା ‘ସମସ୍ତଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା’ ସାମ୍ବିଧାନିକ ଅଧିକାରର ଘୋର ଉଲ୍ଲଂଘନ ହେଉଛି । ତେଣୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ରାଜ୍ୟ ସରକାରଙ୍କ ନିକଟରେ ଦାବିକରୁଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତସ୍କୁଲ କୋଭିଡ ଗାଇଡଲାଇନକୁ ପାଳି ତୁରନ୍ତ ଖୋଲାଯାଉ । ୨୦୨୦ – ୨୧ ଶିକ୍ଷା ବର୍ଷରେ ସ୍କୁଲ ବନ୍ଦ ସତ୍ୱେ ବିନା ପରୀକ୍ଷାରେ ସଂପୂର୍ଣ୍ଣ ପାସ କରିଦିଆଯାଇଥିବା ହେତୁ ପୂର୍ବ ପାଠର ଆଲୋଚନା ଲାଗିସଂକ୍ଷିପ୍ତ ପାଠ୍ୟକ୍ରମ ପ୍ରତି ଶ୍ରେଣୀରେ କରାଯାଉ । ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଉଭୟସରକାରୀ ଓ ବେସରକାରୀ ସ୍କୁଲରେ ଚାଲୁଥିବା ଅନଲାଇନ ଶିକ୍ଷାବ୍ୟବସ୍ଥାକୁ ସଂପୂର୍ଣ୍ଣ ବାତିଲ କରାଯାଉ । ଆର୍ôଥକ ସ୍ୱଚ୍ଛଳ ନଥିବା ପିତାମାତାଙ୍କ ପରିବାରକୁ ଶିକ୍ଷାଭତ୍ତା ଦିଆଯାଉ ଯାହା ଦ୍ୱାରା ବାଳଶ୍ରମିକ ପ୍ରଥା ବନ୍ଦ ହେବ ଓ ସମସ୍ତେ ସମାନ ଶିକ୍ଷା ପାଇପାରିବେ । ସମସ୍ତ ରାଜନୈତିକ ସଂଗଠନ, ଟ୍ରେଡ ଯୁନିଅନ, ଗଣ ସଂଗଠନ ଓ ଶିକ୍ଷାବିତଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସରକାରଙ୍କର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାନ୍ତୁ ।


