ପ୍ୟୁମା ର ବ୍ରାଣ୍ଡ ଆମ୍ବାସାଡର ହେଲେ ସ୍ପିନଟର ଦୂତୀଚାନ୍ଦ
(ଯୁଗାବ୍ଦ ନ୍ୟୁଜ )ଗୋଲ୍ଡନ ଗାର୍ଲ ତଥା ଅନ୍ତର୍ଜାତୀୟ ଓଡିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସହ ଜାପାନର ସ୍ପୋର୍ଟସ କମ୍ପାନୀ ପ୍ୟୁମା ସହିତ ଚୁକ୍ତି କରିଛି । ଏହ୍ି ଚୁକ୍ତି ପରେ ଆସନ୍ତା ୨ ବର୍ଷ ଯାଏଁ ପ୍ୟୁମା ଦୂତୀ ଚାନ୍ଦଙ୍କ ପାଇଁ ସ୍ୱତନ୍ତ୍ର ଜୋତା ଓ ଖେଳ ସାମଗ୍ରୀ ଯୋଗାଇବ । ପ୍ୟୁମା ସହିତ ଚୁକ୍ତି ପରେ ବେଶ୍ ଖୁସି ପ୍ରକାଶ କରିଛନ୍ତି ଦୂତୀ ଚାନ୍ଦ । ପ୍ରଥମ ଥର ପାଇଁ କୌଣସି ବଡ କମ୍ପାନୀ ସହିତ ଯୋଡି ହୋଇଥିବାରୁ ବେଶ୍ ଖୁସି ଥିବା ସେ କହିଛନ୍ତି । ୨୩ ବର୍ଷିଆ ଦୂତୀ ଚାନ୍ଦ ଏସୀୟ କ୍ରୀଡାରେ ୨ଟି ସିଲଭର ମେଡାଲ ଓ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାରେ ପ୍ରଥମ ଭାରତୀୟ ଭାବରେ ଗୋଲ୍ଡ ମେଡାଲ ହାସଲ କରିଥିଲେ ।


