‘ଫନି’ କ୍ଷତିଗ୍ରସ୍ତ ଅଞ୍ଚଳରେ ଶ୍ରୀଫଳ •ରା ଦାନ କରି ପୂଣ୍ୟ ଅର୍ଜନ କରନ୍ତୁ

ଭୁବନେଶ୍ୱର : ଗତ ବାତ୍ୟା ଫନିରେ ସବୁଠାରୁ କ୍ଷତିଗ୍ରସ୍ତ ପୁରୀ ଏବଂ ଖୋର୍ଦ୍ଧା, ପିପିଲ, ସାକ୍ଷୀଗୋପାଳ, ବ୍ରହ୍ମଗିରି ତଥା ଭୁବନେଶ୍ୱର କ୍ଷତିଗ୍ରସ୍ତ ଜିଲ୍ଲାରେ ଆମେ ଏକ ବାସ୍ତବ ତଥା ଅତି ଆବଶ୍ୟକ କାର୍ଯ୍ୟକ୍ରମ ‘ଉକ୍ରୃଷ୍ଟ ଶ୍ରୀଫଳ ଅଭିଯାନ’ ଦ୍ୱାରା ଏକ ଲକ୍ଷ ନଡ଼ିଆ •ରା ବଣ୍ଟନ ପାଇଁ ଆଗେଇ ଆସିଛୁ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର, ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ ଫର୍ ସୋସିଆଲ ୱାର୍କ ଓ ଓଁକାରନାଥ ମିଶନ ତଥା ଇନ୍ଷ୍ଟିଚ୍ୟୁଟ ଅଫ୍ ଏନଭରମେଣ୍ଟର ମିଳିତ ସହଯୋଗରେ ଆଜି ରାମ ମନ୍ଦିର ଛକଠାରେ ଏକ ରାସ୍ତାଘାଟ ସଭା ଅନୁଷ୍ଠିତ ହୋଇ ନଡ଼ିଆ •ରା ବଣ୍ଟନ କରାଯାଇଥିଲା । ଏଥିରେ ବିଶିଷ୍ଟ ପରିବେଶବିତ୍ ଦିଲ୍ଳୀପ ଶ୍ରୀଚନ୍ଦନ, ବିଶିଷ୍ଟ ସଙ୍ଗୀତ ବିଜ୍ଞାନୀ ପ୍ରେମ୍ ଆନନ୍ଦ, ବିଶିଷ୍ଟ ପ୍ରବଚକ ମାତୃପ୍ରସାଦ ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ମନୋଜ ଦାସ, ବିଶିଷ୍ଟ ଶିଳ୍ପପତି ଦିଲେଶ୍ୱର ପ୍ରଧାନ, ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଶ୍ରୀ ପ୍ରଶାନ୍ତ ମିଶ୍ର ଉପସ୍ଥିତ ରହି ଶ୍ରୀଫଳ •ରା ବଣ୍ଟନ କରିଥିଲେ । ଅତିଥିମାନେ ଲୋକମାନଙ୍କୁ ଶ୍ରୀଫଳ •ରା ଦାନ କରିବା ପାଇଁ ନିବେଦନ କରିଥିଲେ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଅଧ୍ୟକ୍ଷ ଶ୍ରୀ ପରେଶ ନାୟକ ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରି କହିଥିଲେ ଯେ, ଶ୍ରୀଫଳ ଅଭିଯାନ ଏକ ଅନନ୍ୟ ଅଭିଯାନ । ଏହା ଲୋକଙ୍କର, ଲୋକଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ଆଜିଠାରୁ ଆଗାମୀ ୨୦୨୦ ମସିହା ଅକ୍ଟୋବର ୨ ତାରିଖ ସୁଦ୍ଧା ୧ ଲକ୍ଷ ନଡ଼ିଆ •ରା ବଣ୍ଟନ କରିବାର ଯୋଜନା କରାଯାଇଛି । ଭୁବନେଶ୍ୱରର ବିଶିଷ୍ଟ ବ୍ୟବସାୟ କେନ୍ଦ୍ର, ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କୁ ଯୋଗାଯୋଗ କରାଯାଇ ଶ୍ରୀଫଳ •ରା ବଣ୍ଟନ ପାଇଁ ଉତ୍ସାହିତ କରାଯିବ । ଯୋଜନା ମୁତାବକ ଫନି ଦ୍ୱାରା ଅଧିକ ପ୍ରଭାବିତ ଦୁଇଟି ଜିଲ୍ଲା •ରୋଟି ମୁଖ୍ୟକେନ୍ଦ୍ର ଯଥା ଭୁବନେଶ୍ୱର, ସାକ୍ଷୀଗୋପାଳ, ପୁରୀ, ବ୍ରହ୍ମଗିରିକୁ ଚୟନ କରାଯାଇଛି ଯେଉଁଠାରୁ ଏହି •ରା ଗଚ୍ଛିତ ହୋଇ ବଣ୍ଟନ କରାଯିବ । •ରା ସଂଗ୍ରହ ପାଇଁ ଦ୍ୱୈତ ନଗରୀ କଟକ, ଭୁବନେଶ୍ୱର ନାଗରିକମାନଙ୍କୁ ଅନ୍ୟୁନ ୨୦୦ ଟଙ୍କା ଦେଇ ଦୁଇଟି ନଡ଼ିଆ ଗଛ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି । ୨୦୦ ସ୍ୱେଚ୍ଛାସେବୀଙ୍କୁ ସ୍ୱତନ୍ତ୍ର ଭାବେ ଶିକ୍ଷା ପ୍ରଦାନ କରାଯାଇଛି ଯେଉଁମାନେକି ବିନା ସେବା ଶୁଳ୍କରେ ଏହି •ରା ବଣ୍ଟନ କରିବେ । ନଡ଼ିଆ ଗଛ ସମ୍ପର୍କିତ ସମସ୍ତ ପ୍ରକାର ପରାମର୍ଶ ପ୍ରଦାନ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙକ ପୂର୍ବତନ ଉଦ୍ୟାନ କୃଷି ନିର୍ଦ୍ଦେଶକ ତଥା ଜଣେ ‘ସ୍ୱନାମଧନ୍ୟ ଜାତୀୟ ଉଦ୍ୟାନବିତ୍ ଡ଼କ୍ଟର ସୂର୍ଯ୍ୟ ନାରାୟଣ ବେହେରା ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । କାର୍ଯ୍ୟକ୍ରମରେ ଜୟପ୍ରକାଶ ମିଶ୍ର, ପ୍ରତାପ ମିଶ୍ର, ଉଦୟ ଶାନ୍ତି, ଏସ୍.ଏସ୍. ପଣ୍ଡା, ଭାବଗ୍ରାହୀ ଶାନ୍ତି, ପ୍ରଶାନ୍ତ ବିଦ୍ୟାଧର, ଇନ୍ଦିରା ମିଶ୍ର, କୁମୁଦିନୀ ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରି•ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ