ସ୍ନାତକ ମହାବିଦ୍ୟାୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ଭର୍ଦ୍ଧନା
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ସ୍ଥାନୀୟ ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଉସ୍ରବ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଅଜିତ କୁମାର ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଆ ବିଭାଗର ଓଡିଆ ବିଭାଗ ମୁଖ୍ୟ ଡକ୍ଟର ଗୁରୁମୂର୍ତ୍ତି ନାୟକ ,ରାଜନୀତି ବି ।ନ ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହି ,ଇତିହାସ ବିଭାଗ ମୁଖ୍ୟ ଶ୍ରୀ ଅଶୋକ କୁମାର ସ୍ୱାଇଁ .ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀ ଅଶୋକ କୁମାର ପ୍ରଧାନ ,ଅଧ୍ୟାପକ ସପନ କୁମାର ପ୍ରଧାନ ,ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ,ଡକ୍ଟର ପ୍ରଫୁଲ କୁମାର ଜେନା , ଅଧ୍ୟାପିକା ପିଙ୍କି ପାତ୍ର ,ଲାଇବ୍ରେରୀ ରଞ୍ଜିତ କୁମାର ସାମଲ , ମଞ୍ଚାସୀନ ଅତିଥି ଥିଲେ । ଏଥି ସହ ମଞ୍ଚାସୀନ ଅତିଥି ଭାବେ ପତ୍ରିକା ପ୍ରତିନିଧି ଶିବରାମ ଚୈାଧୁରୀ ଉପସ୍ଥିତ ଥିଲେ ।ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଉପସ୍ଥାନ ବିସୟରେ ସୂଚିତ କରିବା ସହ ଏହି ସଭା ପରିଚାଳନାରେ କରିଥିଲେ । ମନୋଜ କୁମାର ପ୍ରଧାନ , ପ୍ରଶାନ୍ତ କୁମାର ପରିଡା , ସନ୍ତୋଷ କୁମାର ଗୈାଡ ,ସୁବାସ ଚନ୍ଦ୍ର ନାଇକ , ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।


