ଫିଲିପାଇନ୍ସରେ କ୍ବାରେଣ୍ଟାଇନ୍କୁ ସହଯୋଗ ନ କଲେ ଗୁଳି ନିର୍ଦ୍ଦେଶ
ମାନିଲା: କୋରୋନା ସଂକ୍ରମଣ କାରଣରୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଉଛି। ସଂକ୍ରମିତଙ୍କୁ କ୍ବାରେଣ୍ଟାଇନରେ ମଧ୍ୟ ରଖାଯାଉଛି। କୋରୋନା ସଂକ୍ରମଣ ରୋକିବା ଲାଗି ଫିଲିପାଇନ୍ସ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ବାରେଣ୍ଟାଇନରେ ସହଯୋଗ କରୁ ନ ଥିବା ଏବଂ ହିଂସ୍ରକ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗୁଳି କରିବାକୁ ରାଷ୍ଟ୍ରପତି ରୋଡ୍ରିଗୋ ଡୁର୍ଟେଟ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ ୨,୩୧୧ ଜଣ ସଂକ୍ରମିତ ହୋଇଥିବାବେଳେ ୯୬ ଲୋକଙ୍କ ମୃତ୍ୟୁ ଘଟିଛି।


