ଲକଡାଉନରେ କପଲ୍ସଙ୍କଠାରୁ ଅଧିକ ଖୁସିରେ ଅଛନ୍ତି ସିଙ୍ଗଲ

ଲକଡାଉନ ଓ ୱାର୍କ ଫ୍ରମ୍ ହୋମ୍ ସ୍ଥିତିରେ ଲୋକେ ନିଜକୁ ଏଣ୍ଟରନେଟମେଣ୍ଟ କରିବା ପାଇଁ ନୂଆ ନୂଆ ଉପାୟ ଖୋଜିବାରେ ଲାଗିଛନ୍ତି। ବିଶେଷକରି ଯେଉଁ ଲୋକମାନେ ପରିବାର ସହିତ ରହୁଛନ୍ତି, ସେମାନଙ୍କ ଟାଇମ୍ ପାସ ହୋଇଯାଉଛି। ଏପରିସ୍ଥଳେ ଏକୁଟିଆ ରହୁଥିବା ରହୁଥିବା ଲୋକଙ୍କର ଅଧିକ ସମସ୍ୟା ହେଉଛି। ଏପରିସ୍ଥଳେ ସେମାନଙ୍କ ପାଖରେ ସାରାଦିନ ଚାଟ୍ କରିବା କିମ୍ବା କଥାହେବାକୁ କେହି ନ ଥାନ୍ତି। କିନ୍ତୁ ସିଙ୍ଗଲ ଲୋକମାନେ ହୁଏତ ଅନୁଭବ କରି ନ ଥିବେ ସେମାନେ କପଲ୍ କିମ୍ବା ପରିବାର ସହିତ ରହୁଥିବା ଲୋକଙ୍କ ତୁଳନାରେ ଅଧିକ ଖୁସି ଅଛନ୍ତି।
ସକାଳେ ବିଳମ୍ବରେ ଉଠିବା
ପରିବାର ସହିତ ରହୁଥିବା ଲୋକେ ବିଳମ୍ବ ଯାଏ ଶୋଇବା ଲାଗି ଯେତେ ବି ଯୋଜନା କଲେ ମଧ୍ୟ ଏହା ସମ୍ଭବ ହୋଇ ନ ଥାଏ। କିନ୍ତୁ ଏକୁଟିଆ ରହୁଥିବା ଲୋକଙ୍କର ଏସବୁ ଚିନ୍ତା ନ ଥାଏ। ସେମାନେ ଯେତେ ସମୟ ଇଚ୍ଛା ଆରାମରେ ଶୋଇ ପାରନ୍ତି। କାରଣ ଗୁଡ୍ ନାଇଟ୍, ଗୁଡ୍ ମଣ୍ଣିଂ କହିବାକୁ କିମ୍ବା ମେସେଜ୍ କରିବାକୁ କେହି ନ ଥାନ୍ତି। କିନ୍ତୁ ଯଦି ଆପଣଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବାର ଅଛି, ତେବେ ଆପଣଙ୍କୁ ଶୀଘ୍ର ଉଠିବାକୁ ପଡ଼ିବ। ତଥାପି ମଧ୍ୟ ଆପଣ ଅଧିକ ସମୟ ଶୋଇ ପାରିବେ, କାରଣ ଅଫିସ୍ ବାହାରିବାକୁ ଯେଉଁ ସମୟ ଦରକାର, ତାହା ଘରେ ରହି କାମ କରିବାବେଳେ ଦରକାର ପଡ଼ିବ ନାହିଁ।
କେହି ବାଧା ଦେବେନି
ଘରେ କାହାରି ସହିତ ରହିଲେ, ପ୍ରତ୍ୟେକ କାମରେ କେହି ନା କେହି ବାଧା ସୃଷ୍ଟି କରିଥାନ୍ତି। କିନ୍ତୁ ସିଙ୍ଗଲ ମାନଙ୍କୁ ଏସବୁ ସମସ୍ୟା ହୋଇ ନ ଥାଏ। କପଡ଼ା ଯେତେବେଳେ ଇଚ୍ଛା ହେବ ସାଇତି ରଖିପାରିବେ। ବାସନ ଯେତେବେଳେ ଇଚ୍ଛା ମାଜି ପାରିବେ, ଯେତେବେଳେ ଇଚ୍ଛା ସେତେବେଳେ ଗାଧୋଇ ପାରିବେ, ରୋକିବା ପାଇଁ ଆପଣଙ୍କ ପାଖରେ କେହି ନ ଥିବେ।
ଯାହା ଇଚ୍ଛା ତାହା ଖାଇବେ
ସକାଳ ଜଳଖିଆ ତିଆରି କରିବାକୁ ଇଚ୍ଛା ନ ହେଲେ ବି କିଛି ସମସ୍ୟା ନାହିଁ। ରେଡି ଟୁ ମେଡ୍, ଫଳ, ଓଟ୍‌ସ ଆଦି ଯାହା ପାରିବେ ଖାଇପାରିବେ। ନୂଆ ରେସିପି ଟ୍ରାଏ କରିପାରିବେ। ପରିବାର ଲୋକଙ୍କ ପାଇଁ ଖାଦ୍ୟ ତିଆରି କରିବାର ଚିନ୍ତା ନାହିଁ। ଆପଣଙ୍କୁ ଯାହା ପସନ୍ଦ ତିଆରି କରିପାରିବେ। ଖାଦ୍ୟ ସ୍ବାଦିଷ୍ଟ ହୋଇଥିଲେ ସୋସାଲ ମିଡିଆରେ ପୋଷ୍ଟ ମଧ୍ୟ କରିପାରିବେ।
କାମରେ ଭାଗ ହେବାକୁ ପଡ଼ିବନି
ଏକୁଟିଆ ରହିଲେ ସବୁ କାମ ଏକୁଟିଆ କରିବାକୁ ପଡ଼ିବ। କିନ୍ତୁ ଏଥିରେ ଦୁଃଖ କରିବାର କିଛି ନାହିଁ ଯଦି କାହାରି ସହିତ ରହୁଛନ୍ତି। ତେବେ କାମ ଭାଗ ବଣ୍ଟା କରିବାକୁ ପଡ଼ିବ ଯାହାଫଳରେ ଆପଣଙ୍କୁ ଅଧିକ ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ।
ଯେତେ ସମୟ ଇଚ୍ଛା ସିନେମା ଦେଖିପାରିବେ
ଅଫିସ୍ କାମ ସରିଗଲା, ଘର କାମ ସରିଗଲା। ଏବେ ଖାଲି ସମୟରେ ସିନେମା ଦେଖିବାଠାରୁ ଭଲ ବିକଳ୍ପ ଆଉ କିଛି ନାହିଁ କହିଲେ ଚଳେ। ଏପରିସ୍ଥଳେ ଘରେ କେହି ଡାକିଲେ କିମ୍ବା ପାର୍ଟନରଙ୍କ ଫୋନ୍ ଆସିଗଲେ ସବୁ ଯୋଜନା ଭଣ୍ଡୁର ହୋଇଯିବ। ତେଣୁ ଏପରିସ୍ଥଳେ ଆପଣ ଏକୁଟିଆ ରହୁଥିଲେ ଓ ସିଙ୍ଗଲ ହୋଇଥିଲେ, ଏହି ସମସ୍ୟା ହେବ ନାହିଁ।
କେବଳ ନିଜ ଚିନ୍ତା
ଏକୁଟିଆ ରହୁଥିବା ଲୋକଙ୍କ ପାଇଁ ଅଧିକ ଜିନିଷ କିଣିବାର ଚିନ୍ତା ନ ଥାଏ। କେବଳ ନିଜ ହିସାବରେ ଜିନିଷ କିଣି ରଖିବାକୁ ପଡ଼ିବ। ଏହାକୁ ନିଜ ଆବଶ୍ୟକତା ଅନୁସାରେ ବ୍ୟବହାର ମଧ୍ୟ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ