ମୋ ସ୍କୁଲ ଅଭିଯାନ କମିଟି ର ବୈଠକ

ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲା ରାଇକିଆ ବିଜୟ ହାଇ ସ୍କୁଲ ର ମୋ ସ୍କୁଲ ଅଭିଯାନ କମିଟି ର ବୈଠକ ଶନିବାର ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଅଛି ।  ମୋ ସ୍କୁଲ କମିଟି ସଭାପତି ପୂର୍ବତନ ବିଦ୍ୟାଳୟ ଛାତ୍ର ପ୍ରଦୀପ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋ ସ୍କୁଲ ଅଭିଯାନ ର ଅଗ୍ରଗତି ସମ୍ପର୍କ ରେ ଆଲୋଚନା ହୋଇଥିଲା । ପୂର୍ବରୁ ପୁରାତନ ଛାତ୍ର ମାନଙ୍କ ଠାରୁ ୮୦ ହଜାର ପାଞ୍ଚଶହ ଟଙ୍କା ଆଦାୟ ହୋଇଥିବା ବେଳେ ସରକାର ଙ୍କ ଠାରୁ ଦୁଇ ଗୁଣ ଅର୍ଥ ଅର୍ଥାତ ଏକ ଲକ୍ଷ ୬୧ ହଜାର ଟଙ୍କା ଅନୁଦାନ ଆକାର ରେ ମିଳିଥିବା  ଏଵଂ ଏହି ଅର୍ଥ କୁ ଦୀର୍ଘ ଦିନ ହେଲା  ଦୁଇଟି ଶ୍ରେଣୀର ତଳେ ବସି ପଢ଼ୁ ଥିବା ଛାତ୍ର ମାନଂକ ପାଇଁ ଚେୟାର ଟେବୁଲ୍ ବ୍ୟବସ୍ଥା କରାଯାଇଥିବା ନେ଼ଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମଣ୍ଡଳ ସୂଚନା ଦେଇଥିଲେ । ଏଥିସହ ଚଳିତ ବର୍ଷ ପାଇଁ ଅର୍ଥ ସଂଗ୍ରହ ଏବଂ କାର୍ଯ୍ୟକାରିତା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ବୈଠକ ରେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଫାଦର୍ ପ୍ରଦୋଷ ନାୟକ, ପୁରାତନ ଛାତ୍ର ଏଵଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ