ଫୁଲବାଣୀ ନାରାୟଣୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ପ୍ରତି ଦୁଇ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ମା’ ନାରାୟଣୀ ଯାତ୍ରା ମେ ୧୦ ତାରିଖ ଠାରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବହୁ ଜାକ ଜକମରେ ଅନୁଷ୍ଠିତ ହେବ। ଏଥି ପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସାଧାରଣ ଜନତାଙ୍କ ସହଯୋଗରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ମଙ୍ଗଳବାର ଫୁଲବାଣୀକୁ ବିଜେଡ଼ି ଦଳର ଏକ ନିର୍ବାଚନି ପ୍ରଚାରକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷ୍ଟାଡ଼ିୟମ୍ ଠାରେ ଯାତ୍ରା ପରିଚାଳନା କମିଟିର ସଭାପତି ପି.ସୁଧାଂଶୁ ସେନାପତି ଓ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ମିଳିତ ଭାବେ ଫୁଲବାଣୀ ନାରାୟଣୀ ଯାତ୍ରାରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ ଗ୍ରହଣ କରିବା ସହିତ ନାରାୟଣୀ ଯାତ୍ରାର ଏକ ସ୍ମୃତି ଫଳକ ମଧ୍ୟ ଗ୍ରହଣ କରିଥିଲେ। ଏଥି ସହିତ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଯାତ୍ରା ପାଇଁ ନିମନ୍ତ୍ରଣ କରାଯିବା ସହିତ ସ୍ମୃତି ଫଳକ ପ୍ରଦାନ କରାଯାଇଛି। ଉଭୟ ନିମନ୍ତ୍ରଣ ପାଇବାପରେ ଆନନ୍ଦ ପ୍ରକାଶ କରିବା ସହିତ ସଫଳତା କାମନା କରିଥିଲେ। 9ପ୍ରତି ଦୁଇ ବର୍ଷ ଅନ୍ତରରେ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ତଥା ହନୁମାନ ଜୟନ୍ତ୍ରୀରେ ମା ନାରାୟଣୀ ଠାକୁରାରୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଥାଏ ଓ ଅକ୍ଷୟ ତୃତୀୟ ଅବସରରେ ଯାତ୍ରା ଆରମ୍ଭ ହୋଇଥାଏ। ବୁଧବାର ଦିନରେ ପାର୍ଶ୍ବଦେବୀ ମା’ ବରାଳଦେବୀ , ମା’ ବ୍ୟାଘ୍ରଦେବୀ , ମା ବ୍ରାହ୍ମଣଦେବୀ ଓ ମା’ ଗ୍ରାମ୍ୟଦେବୀଙ୍କୁ ପଟୁଆରରେ ଆମନ୍ତ୍ରଣ କରାଯିବ ଓ ରାତ୍ରରେ ଏକ ବିରାଟ ପଟୁଆରରେ ଯାଇ ପାରମ୍ପରିକ ପୂଜା ପଦ୍ଧତି ପରେ ମା’ ନାରାୟଣୀଙ୍କୁ ଆମନ୍ତ୍ରଣ କରାଯିବ। ଏଥିରେ ହଜାର ହଜାର ସଂଖ୍ୟରେ ଭକ୍ତ , ଦର୍ଶକ ଓ ଅଞ୍ଚଳବାସୀ ସାମିଲ୍ ହୋଇଥାନ୍ତି। ଚଳିତ ବର୍ଷ ଫୁଲବାଣୀ ନାରାୟଣୀ ଯାତ୍ରାର ସଫଳତା ପାଇଁ ଇତି ମଧ୍ୟରେ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ