ବିଜେପି ଯୁବମର୍ଚ୍ଚା ପକ୍ଷରୁ ଢୋଲ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସହଦେବ ଖୁଣ୍ଟା ରେ ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଢ଼ୋଲ୍ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି, ବାଲେଶ୍ୱର ଲୋକସଭା ଓ ସାତ ଗୋଟି ବିଧାନ ସଭା ନିର୍ବାଚନ ଆଗାମୀ ଜୁନ୍ ଏକ ତାରିଖ ରେ, ଦଳୀୟ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସଦର ବିଧାନ ସଭା ପ୍ରାର୍ଥୀ ମାନସ ଦତ୍ତ ଙ୍କୁ ବିଜୟ କରାଇବା ପାଇଁ ବାଲେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ଅଣ୍ଟା ଭିଡ଼ିଛି, ପାର୍ଟି ର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରାଜେଶ୍ ମୋହପାତ୍ର ଙ୍କ ଅଧ୍ୟକ୍ଷତା ରେ ସହଦେବ ଖୁଣ୍ଟା ଠାରେ ଏହି ଢ଼ୋଲ୍ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଯାଇଅଛି, ସଦର ଯୁବ ମୋର୍ଚ୍ଚା ସଂଯାଯୋକ ସ୍ୱର୍ ଝଙ୍କାର ସେଠୀ ଓ ନଗର ବିଜେପି ଯୁବ ମୋର୍ଚ୍ଚା ସଭାପତି ଦେବବ୍ରତ ମିଶ୍ର ଉପସ୍ଥିତିରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ ଓ ସ୍ଵାଧୀନ ପଣ୍ଡା, କାଉନସିଲ୍ ପ୍ରାର୍ଥୀ ଜିତେନ୍ଦ୍ର ପରମାଣିକ, ସୁଧାଂଶୁ ପଣ୍ଡା, ବେଣୁଧର ପଣ୍ଡା, ସୁରଜ୍ ବିଶ୍ଵାଳ, ଜୀତେନ୍ଦ୍ର ପ୍ରହରାଜ, ଶିବ ଶଙ୍କର ପ୍ରହରାଜ, ଶିବ ଶଙ୍କର ଜେନା, ଅବିନାଶ ଗିରି, ହିମାଂଶୁ ଦାସ ସନ୍ତୋଷ ବେହେରା, ସୁରଜିତ ନନ୍ଦ, ସନ୍ୟାସୀ ବେହେରା ପ୍ରମୁଖ ଏହି ଶୋଭା ଯାତ୍ରା ରେ ଯାଇ ଘରକୁ ଘର ବୁଲି ପ୍ରଧାନ ମନ୍ତ୍ରୀ ଙ୍କ ସଫଳତା କାର୍ଡ ବାଣ୍ଟି ଥିଲେ ଓ ନିର୍ବାଚନ ରେ ଲୋକ ସଭାରେ ୪୦୦ ପାର ଓ ଓଡ଼ିଶା ରେ ବିଜେପି ସରକାର୍ ଗଠନ କରିବାରେ ସାମିଲ ହେବଲାଗି କହିଥିଲେ


