ଫୋରଡ ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ଫୋରଡ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ହନୁମାନଜୀଉ ଙ୍କ ପୀଠରେ ତିନଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍କୁରାରୋପଣ, ଆରତୀ, ଗୋପୂଜା, ଘୃତ ଯଜ୍ଞ ପ୍ରଭୃତି ସମେତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କମିଟି ସଭାପତି ଲାଲୁ ପ୍ରସାଦ ଜେନା, ସମ୍ପାଦକ ରଞ୍ଜିତ ବାରିକ, ଉପସଭାପତି ସରୋଜରଞ୍ଜନ ଜେନା, ବବୁଲ କୁମାର ଜେନା, ବିଶ୍ୱଜିତ ଜେନା, ଦୀପକ କୁମାର ଜେନା, ଶରତ ଜେନା, ଅରିକ୍ଷୀତ ଜେନା, ଦିଲ୍ଲିପ ମୁଦୁଲି, ପ୍ରଦିପ କୁମାର ମୁଦୁଲି, ନିରଞ୍ଜନ ପରିଡା ପ୍ରମୁଖଙ୍କ ସହଯୋଗରେ ଏହି ବିଶ୍ୱଶାନ୍ତି ଯଜ୍ଞ କାର୍ଯ୍ୟ ଶୃଙ୍ଖଳାର ସହ ସମାପନ ହୋଇଯାଇଛି ।


