ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ବ୍ରହ୍ମପୁର,(ଅନିଲ କୁମାର):ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ୍ ଆନୁକୂଲ୍ୟରେ ନିଳାଦ୍ରୀବିହାର ସ୍ଥିତ ଏ.ଆଇ.ଏମ. ଅନ୍ତର୍ଜାତୀୟ ବିଦ୍ୟାଳୟରେ ଛାତ୍ରୀ ଛାତ୍ର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଶିଶୁ ଡାକ୍ତର ଡ଼ା. ଟି. ପ୍ରକାଶ ରାଓ, ଡ଼ା. ମୂର୍ତ୍ତି, ଡା.ସରୋଜ କୁମାର ବର୍ମା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ା.ଏସ. ପଦ୍ମଜା, ଦନ୍ତ ବିଶେଷଜ୍ଞ ଡା. ଶିବ ପ୍ରସାଦ ବେହେରା ଓ ଡ଼ା.ୱା.ସୂର୍ଯ୍ୟ କିରଣ ଏବଂ ଭି.ଚକ୍ରଧର ରାଜୁ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଶକ୍ତି ବିଭାଗର ମୁଖ୍ୟ ଡା. ଜେ.ବାଣିଶ୍ରୀ, ସମ୍ପାଦିକା ଇନ୍ଦିରା ଚୌଧୁରୀ ଓ ରୁବି ଚକ୍ଷୁ ହସ୍ପିଟାଲର ଚକ୍ଷୁ ସହାୟକ ମାନେ ପରୀକ୍ଷା କରିଥିଲେ।ବିଦ୍ୟାଳୟର ଅଧ୍ୟୟନ ରତ ଆର୍ଥିକ ଅନଗ୍ରସର ଶ୍ରେଣୀର ପ୍ରଥମ ଶ୍ରେଣୀଠାରୁ ୭ମ ଶ୍ରେଣୀର ୯୦ ଜଣ ଛାତ୍ର ଛାତ୍ରୀମାନଙ୍କୁ ସମସ୍ତ ଟୀକା ପ୍ରଦାନ କରାଯାଇଛିକି ନାହିଁ ଦେଖାଯାଇଥିଲା ଓ ସ୍ୱାସ୍ଥ୍ୟ ପରୀକ୍ଷାକରି ଥଣ୍ଡା ଜ୍ୱର ରକ୍ତହୀନତା, କୃମିନିବାରଣ ଔଷଧ ପ୍ରଦାନ କରାଯାଇଥିଲା । ୭ ଜଣଙ୍କ ମଧ୍ୟରେ ଆକ୍ଷିର ବିଶେଷ ପରୀକ୍ଷା ଓ ଚିକିତ୍ସା ପାଇଁ ରୁବି ଚକ୍ଷୁ ଚିକିତ୍ସାଳୟକୁ ପଠାଇ ନିଃଶୁଳ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଗଲା। ଦାନ୍ତ ବିଭାଗରେ ୧୮ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦାନ୍ତ ରୋଗଥିବାରୁ ସେମାନଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ସର୍ବ ପ୍ରଥମେ ପିଲାମାନଙ୍କୁ ଓ ସେମାନଙ୍କ ପିତାମାତାଙ୍କୁ ହାତଧୁଆ, ନିଜ ସ୍ୱାସ୍ଥ୍ୟର ସୁରକ୍ଷାପାଇଁ ନିଜ ଅଂଚଳରେ ମିଳୁଥିବା ପୃଷ୍ଟିକର ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ବିଷୟରେ ଡ଼ା. ଟି.ପ୍ରକାଶ ରାଓ ଓ କେ.ନନ୍ଦେଷୁ ସେନାପତି ବୁଝାଇଥିଲେ। ପରିଶେଷରେ ପିଲାମାନଙ୍କ ଖେଳିବା ପାଇଁ ବଲ, ଚେସ ବୋର୍ଡ଼, ଓ ଖାତା ବଣ୍ଟନ କରାଯାଇଥିଲା। ଏହି ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଡ. ଆଲତାଫ , ଅଧ୍ୟକ୍ଷା ଅଫସନା ଖାତୁନ, ସମ୍ପାଦିକା ରେଜିଆ ଖାନାମ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। କ୍ଳବର ସଭାପତି ପ୍ରଶାନ୍ତ କୁମାର ପାତ୍ର ଉପସଭାପତି ଜମ୍ମୁଲ ସୁରେଶ, ସହସମ୍ପଦକ ଶ୍ରୀକାନ୍ତ ସେନାପତି, ବି.ଲକ୍ଷ୍ମୀନାରାୟଣ ପାତ୍ର, ସତ୍ୟକମ ପାତ୍ର, କୋଷାଧ୍ୟକ୍ଷ ପ. କିରଣ କୁମାର, ବି.ପ୍ରବୀଣ କୁମାର ଇ.ଜଗଦିଶ୍ୱର ରାଓ, ମନୋଜ କୁମାର ପାଢୀ ଓ ବହୁ ସଭ୍ୟା ଓ ସଭ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


