ବଜରଙ୍ଗ ପୁନିଆଙ୍କୁ ବ୍ରୋଞ୍ଜ

ଟୋକିଓ, ପୁରୁଷ ଫ୍ରିଷ୍ଟାଇଲ୍ ୬୫ କିଲୋଗ୍ରାମ ବର୍ଗରେ ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ତାଙ୍କ ପ୍ରତିଦ୍ୱନ୍ଦୀ ଡାଲେଟ୍ ନିୟାଜବେକୋଭଙ୍କୁ ୮-୦ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହା ସହିତ ଭାରତର ପଦକ ତାଲିକାରେ ଆଉ ଏକ ବ୍ରୋଞ୍ଜ ସାମିଲ ହୋଇଛି । ତିନିଥର ବିଶ୍ୱ ଚାମ୍ପିୟନଶିପ ପଦକ ବିଜେତା ବଜରଙ୍ଗ ଗତକାଲି ଦୁଇଟି ଚମତ୍କାର ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ତେବେ ରିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ହାଜି ଆଲିଏଭଙ୍କ ନିକଟରୁ ୫-୧୨ ରେ ପରାଜିତ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ଭାରତ ଦୁଇଟି ରୌପ ଏବଂ ତିନୋଟି ବ୍ରୋଞ୍ଜ ପଦକ ଜିତିଛି – ମିରାବାଇ ଚାନୁ ଏବଂ ରବି ଡାହିଆ (ରୌପ) ଏବଂ ପିଭି ସିନ୍ଧୁ, ଲୋଭଲିନା ବୋର୍ଗୋହେନ ଏବଂ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିଥିବା ବେଳେ ଏବେ ବଜରଙ୍ଗ ଏଥିରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ