ବଟି ଆଦାୟ ଅଭିଯୋଗରେ ବିରିକଳା ସରପଂଚ ଗିରଫ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ବ୍ଲକର ବିରିକଳା ଗ୍ରାମପନଚାୟତର ସରପନଚଙ୍କୁ ବିଭିନ୍ନ ସଂଗୀନ ମାମଲାରେ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଯୋଡା ଥାନା ଅନ୍ତର୍ଗତ ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳଙ୍କଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ଯୋଡା ଅଂଚଳର ମହମ୍ମଦ ଇସ୍ଲାମ୍ ବିଲେଇପଦାଠାରେ ମାଂସ ଦୋକାନ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ସମୟରେ ବିରିକଳା ସରପନଚ ରମେଶ ନାଏକ ତାଙ୍କୁ ଧମକଚମକ ଦେଇ ବଟି ଆଦାୟ କରିଥିବା ନେଇ ବିଲେଇପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ରମେଶ ନାଏକଙ୍କୁ ଶନିବାର ଅପରାହ୍ନରେ ଗିରଫ କରିଥିଲା । ଏନେଇ ପୋଲିସ କେଶ୍ ନଂ ୨୭/୨୦୨୦ ଦଫା ୨୯୪, ୩୨୩ , ୩୮୫ , ୫୦୬ ଆଇପିସି ରୁଜୁ କରି ଶନିବାର ସନ୍ଧ୍ୟା ୫.୩୦ ସମୟରେ ଅଭିଯୁକ୍ତ ରମେଶ ନାଏକଙ୍କୁ କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।


