ବଡମାଧପୁର ଗ୍ରାମରୁ ବିଦେଶୀ ମଦ ସହ ଜଣେ ଗିରଫ୍

ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଗ୍ରାମରୁ ବିଦେଶୀ ମଦ ଜବତ କରିଛି ଛତ୍ରପୁର ଥାନା ପୋଲିସ୍ । ଶୁକ୍ରୁବାର ସନ୍ଧ୍ୟାରେ ବିଶେଷ ସୁତ୍ର ରୁ ଖବର ପାଇ ଛତ୍ରପୁର ପୋଲିସ୍ ଅଚାନକ ଭାବେ ଚଢାଉ କରି ୧୯.୫ ଲିଟର ବିଦେଶୀ ମଦ ସହ ଜଣଙ୍କୁ ଗିରଫ୍ କରିଛି । ମିଳିଥିବା ସୂଚନା ମୁତାବକ ବଡ ମାଧପୁର ଗ୍ରାମର ଦୁର୍ଯ୍ୟଧନ ସାହୁ ନିଜ ଘର ବାରି ପଟେ ବିଦେଶୀ ମଦ ବିକ୍ରି କରୁଥିବା ଖବର ପାଇ ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ, ହାବିଲଦାର କାଳି ଚରଣ ନାୟକ ଓ ବହୁ ପୋଲିସ୍ କର୍ମଚାରୀ ମାନେ ଅତର୍କିତ ଭାବେ ଚଢାଉ କରିଥିଲେ । ଏନେଇ ଛତ୍ରପୁର ଥାନାରେ ୪୬୬/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥବା ଛତ୍ରପୁର ଥାନାର ସବ ଇନସିପେକ୍ଟର ବିଶ୍ୱମ୍ବର କଅଁର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ