ବନ୍ତ ବ୍ଲକରେ ସେବା ସେତୁ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ସେବା ସଂକଳ୍ପ ଅଭିଯାନ ଅବସରରେ ଶୁକ୍ରବାର ବନ୍ତ ବ୍ଲକ ସମ୍ମିଳକୀ କକ୍ଷରେ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୀତାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସାଂସଦ ଅମିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଏବିଡିଓ ମାନସ କୁମାର ଜେନା, ସହକାରୀ କାର୍ଯର୍୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଜିପିଡିଓ ସୂଚୀସ୍ମିତା ବାରିକ ଯୋଗ ଦେଇ ଯୋଗ୍ୟ ନାଗରିକ ମାନଙ୍କୁ ଗୋଟିଏ ଛାତ ତଳେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ସରକାରୀ ସେବାର ସିଧା ସଳଖ, ସରଳୀକୃତ ଏବଂ ଶିଘ୍ର ଉପଲବଧତା ପ୍ରଦାନ କରିବା ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କହିଥିଲେ । ଏପରିପେକ୍ଷୀରେ ବ୍ଲକର ସମସ୍ତ ହିତାଧିକାରୀ ମାନେ କିପରି ସମସ୍ତ ସରକାରୀ ଯୋଜନାର ସୁଫଳ ପାଇପାରିବେ ସେନେଇ ସମସ୍ତ ଅଧିକାରୀ ମାନେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଏହି ଅବସରରେ ବ୍ଲକରେ କୃଷି, ମତ୍ସ୍ୟ, ପଶୁପାଳନ, ଆବାସ, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ସୂଚନା ଦେଇଥିଲେ । ଶିବିରରେ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ସିଡିପିଓ ଆଲାଦି ମାରାଣ୍ଡି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ମନରେଗା ବିଭାଗର କର୍ମଚାରୀ ଅନନ୍ତ କିଶୋର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ୨୦ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।


