ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ!
ଆସିକା ୱାଇଏନ୍ଏସ୍): ଉତ୍କଳମାତାର ଯୋଗ୍ୟତମ ସନ୍ତାନ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜନ୍ମତିଥି ଶୁକ୍ରବାର ସାରା ରାଜ୍ୟରେ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ପାଳିତ ହୋଇଯାଇଛି । କିନ୍ତୁ ଏହିଭଳି ଏକ ପବିତ୍ର ତିଥିରେ ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ଅନ୍ୟ ମହାମନିଷୀ ମାନଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ମୃତିସଭାଟିଏ ଆୟୋଜନ କରି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ତ ଦୂରର କଥା ଫୁଲମାଳଟିଏ ନ ପଡିବା ଘଟଣା ସଚେତନ ନାଗରିକଙ୍କୁ ହତଚକିତ କରିଦେଇଥିବା ଲକ୍ଷ୍ୟ କରାଯାଇଛି । ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଭା ସମିତି ଗୁଡିକରେ ଭାଷଣ ଦେଉଥିବା ବ୍ୟକ୍ତିବିଶେଷ ଓ ସଂଗଠନ କିଭଳି ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ପକାଇବାକୁ ଭୂଲିଗଲେ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଥିବା ଓଡିଶାର ମହାନ୍ ସ୍ୱାଧିନତା ସଂଗ୍ରାମୀ, କବି, ଲେଖକ, ସମାଜସେବୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଦୈନିକ ଫୁଲମାଳଟିଏ ପଡିବା ତ ଦୂରର କଥା ବର୍ଷକୁ ଏଭଳି ପୁଣ୍ୟଜନ୍ମତିଥିରେ ସ୍ମୃତିସଭାଟିଏ ଆୟୋଜନ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସ୍ଥାପିତ ହୋଇଥିବା କେତେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ କେବଳ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ଫୁଲମାଳ ପଡୁଥିବା ବେଳେ ଆଜି ଭଳି ପବିତ୍ର ଦିନରେ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ସ୍ଥାପିତ ହୋଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ନପଡିବାକୁ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ଅବସରରେ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପାଇଁ କିପରି ଆଜିଭଳି ପବିତ୍ର ଦିବସରେ ମନେ ପଡିଲାନି ତାହାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହ ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ଅବହେଳିତ ହୋଇପଡିରହୁଛି କେତେକ ବରପୁତ୍ରଙ୍କ ପ୍ରତିମୂର୍ତ୍ତି । ପ୍ରତିମୂୁର୍ତ୍ତିର ରକ୍ଷଣାବେକ୍ଷଣ ପ୍ରତି ପ୍ରାୟତଃ କାହାର ନଜର ପଡୁନି । କେଉଁଠି ପ୍ରତିମୂର୍ତ୍ତିରେ ଦିନ ଦିନ ଧରି ସୁଖିଲା ଫୁଲହାର ପଡିରହୁଛି ତ ଅନ୍ୟ କେଉଁଠି ଅପରିଷ୍କାର ହୋଇପଡିରହୁଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି । କେବଳ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପୂର୍ବରୁ କେତେକ ସ୍ଥାନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ଧୁଆଧୋଇ ହୋଇ ପୋଛାଯାଉଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଦୀନଦୁଃଖୀଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସମାଜସେବୀ, ଦେଶପ୍ରେମୀ, ସମାଜ ସଂସ୍କାରକ ଓ ସୁସାହିତ୍ୟିକ ଥିଲା ବେଳେ ତାଙ୍କର ପବିତ୍ର ଜନ୍ମଜୟନ୍ତୀରେ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ପକାଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଦେବାକୁ କିପରି କେତେକ ସଚେତନ ନାଗରିକ ଭୁଲିଗଲେ ତାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ବରପୁତ୍ରମାନଙ୍କ ସମ୍ମାନ ଦେବା, ସେମାନଙ୍କ ଅବଦାନକୁ ନେଇ ପରପିଢୀକୁ ସଚେତନ କରାଇବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ବହୁ ମହାମନିଷୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ତେବେ ଅଧିକାଂଶ ସ୍ଥାନରେ ପ୍ରତିମୂର୍ତ୍ତିଗୁଡିକ ଲକ୍ଷ୍ୟ ଠାରୁ ବହୁ ଦୂରରେ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ଉଚିତ ସମ୍ମାନ ଦେବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।


