କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ତରାପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ପୋଡା ପାଟଣା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମାନସ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିକାଶ ଦାସ, ଗିରିଧାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନାୟକ, ପଧାନପଡା ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ବାରିକ, ଟିଲୋ ସିଆରସିସି ଅଶୋକ ଦାସ, ତରାପୁର ସିଆରସିସି ଜଗନ୍ନାଥ ଖୁଣ୍ଟିଆ ଅତିଥି ଭାବେ ଯୋଗ ଦେଇ ଲୁକାୟିତ ପ୍ରତିଭାର ବିକାଶରେ ସୁରଭି କାର୍ଯ୍ୟକ୍ରମ ସହାୟକ ହେଉଛି ବୋଲି କହିଥିଲେ । ଶିକ୍ଷକ ସୁଧୀର କୁମାର ବାରିକ ଅତିଥି ପରିଚୟ ଓ ଶିକ୍ଷକ ଅମୂଲ୍ୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ଲଷ୍ଟର ଅଧିନ ୧୪ ବିଦ୍ୟାଳୟରୁ ଆସିଥିବା ୩ ଶହ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ବକ୍ତୃତା, ସାଧାରଣଜ୍ଞାନ, ରଚନା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମାନେ ବିଚାରକ ଦାୟୀତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁରେଶ ଜେନା, ଦେବାଶୀଷ ମହାରଣା, ଜଗତ ଜୀବନ ଜେନା, ସତ୍ୟବ୍ରତ ଦାସ, ଅରୁଣ ନାୟକ, ଶିକ୍ଷୟିତ୍ରୀ ପ୍ରେମଲତା ଜେନା, କୂଳପ୍ରଭା ସୁଆର, ନିଳିମା ପ୍ର୍ରିୟ ଦର୍ଶନୀ ମଲ୍ଲିକଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।


