ବନ୍ତ କଲେଜ ନିର୍ବାଚନ: ଶାନ୍ତିଶୃଂଖଳାରେ ନାମାଙ୍କନ ଶେଷ

ବନ୍ତ (ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ବିଭିନ୍ନ ଦଳର ସମର୍ଥନରେ ଛାତ୍ରଛାତ୍ରୀ ମାନେ ଶୋଭା ଯାତ୍ରାରେ ଯାଇ ନାମାଙ୍କନ ପତ୍ର ଶାନ୍ତିଶୃଂଖଳାରେ ଦାଖଲ କରିଥିବା ଜଣାଯାଇଛି । ଏପରିପରୀରେ ଏବିଭିପିର ପ୍ରାର୍ଥୀ ମାନେ ଜଳ ସେଚନ କାର୍ଯ୍ୟାଳୟ ଠାରୁ ଶୋଭା ଯାତ୍ରାରେ ଯାଇ କଲେଜ ପରିସରରେ ପହଞ୍ôଚ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସଭାପତି ପଦବୀରେ ସୁଶ୍ରୀ ଆୟିଶା ଖୁଣ୍ଟିଆ, ଉପ ସଭାପତି ପ୍ରିୟଙ୍କାରାଣୀ ଲେଙ୍କା, ସାଧାରଣ ସମ୍ପାଦକ ଅଭିଜିତ ରାଉତ, ସହ ସମ୍ପାଦକ ହରପ୍ରିୟା ନାୟକ, କ୍ରୀଡା ସମ୍ପାଦକ ଶ୍ରାବଣୀ ମହାପାତ୍ର, ସହ କ୍ରୀଡା ସମ୍ପାଦକ ଅର୍ଚ୍ଚିତା ମୁଦୁଲି, ନାଟ୍ୟ ସମ୍ପାଦକ ସ୍ୱୟଂପ୍ରଭା ମହାଳିକ, ସହ ନାଟ୍ୟ ସମ୍ପାଦକ ସୁଶାନ୍ତ ଗିରି, ଡି.ଏସ.ଏ ସମ୍ପାଦକ ସୂଚୀସ୍ମିତା ରାଜ, ସହ ଡି.ଏସ.ଏ ସମ୍ପାଦକ ଚନ୍ଦନ ଜେନାଙ୍କ ସମେତ ୧୫ ପଦବୀ ପାଇଁ ନାମାଙ୍କନ ଦାଖଲ ହୋଇଥିଲା । ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀ ଭାବେ ଦେବଜାନୀ ନାୟକ, ଉପସଭାପତି ଦେବାଶୀଷ ପଣ୍ଡା, ସାଧାରଣ ସମ୍ପାଦକ ଋତୁରାଣୀ ଜେନା, ସହ ସମ୍ପାଦକ ଶୁଭଙ୍କର ପଲାଇ, ନାଟ୍ୟ ସମ୍ପାଦକ ମୀରା ଦାସ, ସହ ନାଟ୍ୟ ସମ୍ପାଦକ ରାଜେଶ ଜେନା, କ୍ରୀଡା ସମ୍ପାଦକ ସେକ୍ ସବୀର, ସହ କ୍ରୀଡା ସମ୍ପାଦକ ସ୍ନିଗ୍ଧାରାଣୀ ଜେନା, ଡି.ଏସ.ଏ ସମ୍ପାଦକ ରିଙ୍କିରାଣୀ ରାଉତ, ଡି.ଏସ.ଏ ସହ ସମ୍ପାଦକ ଲକ୍ଷ୍ମୀପ୍ରିୟା ରାଉତଙ୍କ ସମେତ ୧୨ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଭାବେ ରଶ୍ମି ରଞ୍ଜିତା ଦାସ, ଉପସଭାପତି ରଞ୍ଜିତା ଜେନା, ସାଧାରଣ ସମ୍ପାଦକ ରାଜେଶ ୍‌ରଞ୍ଜନ ବେହେରା, ସହ ସମ୍ପାଦକ ସ୍ୱପ୍ନାରାଣୀ ଦ୍ୱିବେଦୀ, ନାଟ୍ୟ ସମ୍ପାଦକ ସାଲୋନୀ ସା, ସହ ନାଟ୍ୟ ସମ୍ପାଦକ ଆକାଶ କୁମାର ଜେନା, କ୍ରୀଡା ସମ୍ପାଦକ ଆଦିତ୍ୟ ସାହୁ, ସହ କ୍ରୀଡା ସମ୍ପାଦକ ଦେବବ୍ରତ ଧଳ, ଡି.ଏସ.ଏ ସମ୍ପାଦକ ସୁକାନ୍ତୀ ଜେନା, ଡି.ଏସ.ଏ ସହ ସମ୍ପାଦକ ବିଜୟ କୁମାର ଜେନା ପ୍ରମୁଖ ସମସ୍ତ ୧୭ଟି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ