ଚିତ୍ରଶାଳାରେ ସବୁଜ ରକ୍ଷାବନ୍ଧନ

ଭୁବନେଶ୍ୱର : ଦେଶରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ରକ୍ଷାବନ୍ଧନ ଏକ ମହାନ୍ କୃଷିଭିତ୍ତିକ ପର୍ବ । ଶ୍ରାବଣ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ । ରକ୍ଷାବନ୍ଧନ ଏକ ପୂଣ୍ୟପ୍ରଦାୟକ ସୁରକ୍ଷା ବନ୍ଧନର ପର୍ବ । ସୁରକ୍ଷାର ପର୍ବ ରକ୍ଷାବନ୍ଧନକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ପୋଖରୀପୁଟର ଇନ୍ଦ୍ରପ୍ରସ୍ଥ ଫେଜ୍-୨ସ୍ଥିତ ଚିତ୍ରଶାଳାର ଚିତ୍ରଶିଳ୍ପୀମାନେ ନିଆରା ରୂପେ ଇକୋ-ଫ୍ରେଣ୍ଡ୍ଲି ରକ୍ଷାବନ୍ଧନ ପାଳନର ବାର୍ତ୍ତା ଦେଇଛନ୍ତି । ପ୍ଲାଷ୍ଟିକ୍, ଜରି ଓ ଅନ୍ୟାନ୍ୟ ପରିବେଶ ଅନୁପଯୋଗୀ ପଦାର୍ଥ ପରିବର୍ତ୍ତେ ତୂଳାରେ ତିଆରି ସବୁଜ ରଙ୍ଗର ରାକ୍ଷୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇ ଭଉଣୀମାନେ ଭାଇମାନଙ୍କ ହସ୍ତରେ ବାନ୍ଧି ସେମାନଙ୍କ ଦୀର୍ଘ ଜୀବନ ଓ ସୁରକ୍ଷା କାମନା କରିଥିଲେ । ଏତଦ୍ସହ ପରିବେଶକୁ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ କରାଇଥିଲେ । ବଜାରରେ ମିଳୁଥିବା ରାକ୍ଷୀ ପ୍ରସ୍ତୁତିରେ ବ୍ୟବହୃତ ପ୍ଲାଷ୍ଟିକ ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିବେଶ ଅନୁକୂଳ ରାକ୍ଷୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ ଅନୁଷ୍ଠାନର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସବୁଜ ସୁରକ୍ଷାର ବନ୍ଧନ ହେଉଛି ରକ୍ଷାବନ୍ଧନ ବୋଲି ଚିତ୍ରଶିଳ୍ପୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ତ୍ରିଲୋଚନ ବେଉରା ପରି·ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ