ବରିଷ୍ଠ ନାଗରିକ ମହାସଂଘର ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲା ବରିଷ୍ଠ ନାଗରିକ ମହାସଂଘର ସପ୍ତମ ସାଧାରଣ ଅଧିବେଶନ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃତ୍ୟସଙ୍ଗୀତ କଳାମନ୍ଦିରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସମସ୍ତ ବ୍ଲକ ତଥା ଆଞ୍ଚଳିକ କମିଟିର କର୍ମକର୍ତ୍ତା ଓ ପ୍ରତିନିଧି ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ମହାସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଅଧିବେଶନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା ସହ ଜିଲାର ବିପିଏଲ ଓ ଏପିଏଲ ବର୍ଗର ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଜିଲା ଓକିଲ ସଂଘ ସଭାପତି ମନୋଜ କୁମାର ନାୟକ, ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ, ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ ପ୍ରମୁଖ ଏଥିରେ ଅତିଥି-ବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକ ମାନେ ସାମ୍ନା କରୁଥିବା ସମସ୍ୟା ଓ ତା’ର ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ରାଜ୍ୟ ସକାରଙ୍କ ଘୋଷିତ ନୀତି ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କ ସାମାଜିକ ଓ ଆର୍ôଥକ ନିରାପତ୍ତା, ଉନ୍ନତ ସ୍ୱାସ୍ଥ୍ୟସେବା, ପିତାମାତାଙ୍କ ଭରଣ ପୋଷଣ ଆଦି ଜରୁରୀ ସେବା ପ୍ରଦାନରେ ଜିଲା ପ୍ରଶାସନ ଅଧିକ ସମ୍ବେଦନଶୀଳ ହେବା ନେଇ ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଏହି ଅଧିବେଶନରେ ଜିଲାର ସର୍ବାଙ୍ଗିନ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା । ବିଶେଷ କରି ଯାଜପୁରର କେନ୍ଦୁଝର ରୋଡ଼ ପରିବର୍ତ୍ତେ ଉତ୍ତର ଓଡ଼ିଶାର ବାଲେଶ୍ୱରଠାରେ ରେଳ ଡିଭିଜନ ପ୍ରତିଷ୍ଠା କରିବା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ବାଳେଶ୍ୱରରେ ପ୍ରତିଷ୍ଠା କରିବା, ଜିଲାରେ ଋଗୁଣ ଓ ଅଚଳ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ତଥା ନୂତନ ଶିଳ୍ପ ପ୍ରତିଷ୍ଠା ସହ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ବହିର୍ବିଭାଗ ସାଙ୍ଗକୁ ଏମ୍ସ ସେଟଲାଇଟ ହସପିଟାଲ ପ୍ରତିଷ୍ଠା କରିବା, ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ମାତୃଭାଷା ‘ଓଡ଼ିଆ’ର ବହୁଳ ବ୍ୟବହାର ପାଇଁ ପ୍ରଶାସନ ନୀତିଗତ ପଦକ୍ଷେପ ଗ୍ରହଣ କରିବା, ସର୍ବନିମ୍ନ ବାର୍ଦ୍ଧକ୍ୟ ଭତ୍ତା ମାସିକ ହଜାରେ ଟଙ୍କାକୁ ବୃଦ୍ଧି କରିବା, କରୋନା ପୂର୍ବରୁ ଚଳାଚଳ କରୁଥିବା ସମସ୍ତ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍‌ଗୁଡ଼ିକୁ ଧାର୍ଯ୍ୟ ସମୟାନୁସାରେ ନିୟମିତ କରିବା ସହିତ ବରିଷ୍ଠ ନାଗରିକଙ୍କ ପାଇଁ ପୂର୍ବଭଳି ରିହାତି ବ୍ୟବସ୍ଥା ଲାଗୁ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବାଲେଶ୍ୱରରେ ହେବାକୁ ଥିବା ନିଃସହାୟ ଓ ଅସମର୍ଥ ବରିଷ୍ଠ ନାଗରିକ ତଥା ଅନ୍ୟାନ୍ୟ ବର୍ଗର ହିତାଧିକାରୀଙ୍କ ପାଇଁ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କେନ୍ଦ୍ର ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ ଏହି ଅଧିବେଶନରେ ଦାବି ହୋଇଥିଲା । ଶେଷରେ ସର୍ବସମ୍ମତି କ୍ରମେ ଆଗାମୀ ତିନିବର୍ଷ ପାଇଁ ମହାସଂଘର ୬୧ ଜଣିଆ ପରିଚାଳନା କମିଟିର ନାମ ତାଲିକା ଅନୁମୋଦନ କରାଯାଇଥିଲା । ବୈଦ୍ୟନାଥ ଷଡ଼ଙ୍ଗୀ-ସଭାପତି, ପୂର୍ବତନ ବିଧାୟକ ସୁଶାନ୍ତ କୁମାର ଚାନ୍ଦ-କାର୍ଯ୍ୟକାରୀ ସଭାପତି, ଲକ୍ଷ୍ମୀଧର ବେହେରା-ସାଧାରଣ ସମ୍ପାଦକ, ଗୋପୀନାଥ ଦାସ, ପ୍ରଭାକର ସାହୁ, ମୁକ୍ତିକାନ୍ତ ଶତପଥୀ, ବିଜୟ କୁମାର ନନ୍ଦ, ଡ. ପଦ୍ମଲୋଚନ ପାତ୍ର, ଡ. ମଦନ ମୋହନ ମହଲା, ଡ. ଲଳିତ ରଂଜନ ସେନାପତି, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଗୌରାଙ୍ଗ ପାଣିଗ୍ରାହୀ ଓ ଲକ୍ଷ୍ମୀପିୟା ଜେନା ଉପ-ସଭାପତି, ଅନାମ ଚରଣ ପଣ୍ଡା, ଦାମୋଦର ଦାଶ ମହାପାତ୍ର, ଗୌରାଙ୍ଗ ପଟ୍ଟନାୟକ, ଚକ୍ରଧର ସେଠୀ, କୁମୁଦ ରଞ୍ଜନ ଗିରି, ଡ. ବଙ୍କିମ ଚନ୍ଦ୍ର ଜେନା, ରଘୁନାଥ ମହାନ୍ତି, ମହେନ୍ଦ୍ର ନାଥ ଦାସମହାପାତ୍ର, ବିଧାନଚନ୍ଦ୍ର ରାୟ, କୃଷ୍ଣଚନ୍ଦ୍ର ସାହୁ, ମହେନ୍ଦ୍ର ପ୍ରସାଦ ନାୟକ, ଅପର୍ଣ୍ଣା କର ସମ୍ପାଦକ; ଦାମୋଦର ନାୟକ, ଯଶୋଦା ନନ୍ଦନ ଆଶ ଓ ବାସନ୍ତୀ କର ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସେହିପରି ପରିଚାଳନା କମିଟିକୁ ଶରତ ଚନ୍ଦ୍ର ଦାଶ, ଡ. ଶ୍ରୀକାନ୍ତ ଚରଣ ପାତ୍ର, ଗିରୀଶ ଚନ୍ଦ୍ର ଦାଶ, ନାରାୟଣ ପ୍ରସାଦ ସାହୁ, ନବକିଶୋର ଦାସ, ଶରତ କୁମାର ବିଶ୍ୱାଳ, ସୁରେନ୍ଦ୍ର ସ, ଲୋଚନ ବେହେରା, ପୁରୁଷୋତ୍ତମ ସାହୁ, ପ୍ରଫୁଲ୍ଲ କୁମାର ସୁର୍‌, ବୀରେନ୍ଦ୍ର କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାମକୃଷ୍ଣ ଦାସ ଅଧିକାରୀ, ବିଷ୍ଣୁମୋହନ ଶତପଥୀ, ସୁବୋଧ ପାତ୍ର, କୃଷ୍ଣଚନ୍ଦ୍ର ରାଉଳ, ଶ୍ୟାମାଚରଣ ଦାସ, ପ୍ରଶାନ୍ତ କୁମାର ବରାଳ, ଗୋପାଳ କିଶୋର ଦାସ, ଡ. ସୁଧାଂଶୁ ଶେଖର ପ୍ରଧାନ, ଡ. ହରିଶଚନ୍ଦ୍ର ବେହେରା, ବିପ୍ଳବ କୁମାର ମହାନ୍ତି, ତ୍ରିଦୀବ ନାୟକ, ଅନ୍ତର୍ଯ୍ୟାମୀ ପ୍ରଧାନ, ବସନ୍ତଲତା ପଟ୍ଟନାୟକ, ରେଣୁବାଳା ଦାସ, ଅର୍ଚ୍ଚନା ନନ୍ଦୀ, ବିଷ୍ଣୁପ୍ରସାଦ ମହାନ୍ତି, ସୀତାରାମ ପ୍ରଧାନ, ଶତ୍ରୁଘ୍ନ ମଲିକ, ବେଣୁଧର ସାହୁ, ଲକ୍ଷ୍ମୀନାରାୟଣ ଘୋଷ ଓ ଶ୍ୟାମସୁନ୍ଦର ଜେନା ମନୋନୀତ ହୋଇଛନ୍ତି । ଏଥି ସହିତ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ କୁମାର ଦାସ ମହାସଂଘର ମୁଖ୍ୟ ଉପଦେଷ୍ଟା ଥିବାବେଳେ ଜିଲାର ବିଶିଷ୍ଟ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ଅର୍ଥନୀତିଜ୍ଞଙ୍କୁ ନେଇ୨୦ଜଣିଆ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଅଧିବେଶନ ଆରମ୍ଭରେ ଅନ୍ତର୍ଯ୍ୟାମୀ ପ୍ରଧାନ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର, ଶ୍ୟାମସୁନ୍ଦର ଜେନା ଓ ମଧୁସୂଦନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ