ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ
ବାଲେଶ୍ବର(ସରୋଜ ପଣ୍ଡା): ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରସଲପୁର ପଂଚାୟତର ସଂଖ୍ୟାଧିକ ବିଜେଡ଼ି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବଡଧନାଡି ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ବିଗତ ୧୨ବର୍ଷ ଧରି ଦେଶର ବିକାଶଧାରାକୁ ଶୀର୍ଷରେ ପହଂଚାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଲୋକକଲ୍ୟାଣ ଯୋଜନା ଆଜି ଗ୍ରାମାଂଚଳର ଘରେ ଘରେ ପହଂଚିପାରିଛି । ସେହିପରି ୨୪ବର୍ଷର କୁଶାସନକୁ ହଟାଇ ରାଜ୍ୟରେ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର ୨ବର୍ଷ ମଧ୍ୟରେ ଗ୍ରାମାଂଚଳରେ ବିକାଶର ନୂଆ ଦିଗ ଦେଖାଇଛି । ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ଗ୍ରାମ୍ୟ ରାଜନୀତିର ଧୂରୀଣ ନେତା ଓ ତାଙ୍କ ସମର୍ଥକମାନେ ବିଜୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ବ୍ୟାପକ ଭାବେ ଏହିଭଳି ମିଶ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ଦଳର ହଜାର ହଜାର କର୍ମୀ ଓ ସମର୍ଥକ ବଜେପିରେ ଯୋଗଦେବେ ବୋଲି ଶ୍ରୀ ଦତ୍ତ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ଉଦୟନାଥ ତରାଇ, ଅରୁପାନନ୍ଦ ବେହେରା, ଭୀମ ଚରଣ ବେହେରା, ପୂର୍ଣ ଚନ୍ଦ୍ର ମାଝୀ, ବାଞ୍ଛାନିଧି ମାଝୀ, ଚିତ୍ତରଞ୍ଜନ ବେହେରା, ଗୌତମ ବେହେରା, ଶଶିକାନ୍ତ ବେହେରା, ରମେଶ ମାଝୀ, ନବକାନ୍ତ ବେହେରା, ରତିକାନ୍ତ ବେହେରା, ରାକେଶ ମାଝୀ, ଆଦିକନ୍ଦ ବେହେରା, ବଳରାମ ମାଝୀ, ସୁକେତ ମାଝୀ, ହିମାଂଶୁ ମାଝୀ, ସୁଧାଂଶୁ ମାଝୀ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶୁଭେଶ ନାୟକ, ଗୋକୁଳାନନ୍ଦ ପାଣି, ଧନଞ୍ଜୟ ମହାନ୍ତି, ଚନ୍ଦନ ବେହେରା, ଅରୁପାନନ୍ଦ ବଢ଼େଇ, ବାଇଧର ବେହେରା, ବିରେନ୍ଦ୍ର ମାଝୀ, ଉମାକାନ୍ତ ବେହେରା, ହରି ମହତା ପ୍ରମୁଖଙ୍କ ସମେତ ରସଲପୁର ପଂଚାୟତର ବିଜେପି କାର୍ଯ୍ୟକର୍ତ୍ତା ଏହି ମହା ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।


