ବାହୁଦା ନଦୀରେ ବୁଡି ଜଣେ ନିଖୋଜ

ଚିକିଟିରୁ କୁରେଶୁଙ୍କ ରିପୋର୍ଟ: ଚିକିଟି ବ୍ଲକ କଳବାଡ଼ ପଞ୍ଚାୟତ ର ପାରସମା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ମଧ୍ୟାହ୍ନ ସମୟରେ ନିଲାୟା ବେହେରା (ବୟସ ୫୫) ନାମକ ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ବାହୁଦା ନଦୀକୁ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ଅଧିକ ସମୟ ବିଳମ୍ବ ହେବାରୁ ଘର ଲୋକ ଓ ସ୍ଥାନୀୟ ଲୋକମାନେ ନଦୀରେ ଖୋଜି କରି ପାଇନ ଥିଲେ। ଏହା ପରେ ଚିକିଟି ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟ ହେଲା ଖୋଜା ଖୋଜି ଚଳେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ