ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ
ସୋରଡା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ବଡଗଡ ଗ୍ରାମଠାରୁ ଗାଙ୍ଗପୁର ଯିବାରାସ୍ତାରେ ଏକ ଅସ୍ଥାୟୀ କଲଭର୍ଟ ଗତକାଲିଠାରୁ ଆରମ୍ଭ ହେଇଥିବା ଲଗାଣ ବର୍ଷାରେ ଧୋଇ ହେଇଯାଇଛି ।ଆଜି ସକାଳୁ କଲଭର୍ଟଟି ଜରାଉ ନଦୀର ବନ୍ୟାଜଳ ରେ ଧୋଇ ହେଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହେଇଯାଇଛି ।ଗତ ତିତଲି ବନ୍ୟାରେ ଏଠାକାର ରାସ୍ତା ଧୋଇ ହୋଇଯିବା ଫଳରେ ସେଠାରେ ଏକ ପୋଲ ନିର୍ମାଣ ଚାଲିଛି। ହେଲେ ଆଜିଯାଏଁ ତାହା ସମ୍ପୂର୍ଣ ହେଇନି। ଲାକଡାଉନ ଠାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଏପରି ସ୍ଥିତିରେ ଗମନାଗମନକୁ ସ୍ବଭାବିକ କରିବା ପାଇଁ ଏକଅସ୍ଥାୟୀ କଲଭର୍ଟ ନିର୍ମାଣ କରାଯାଇଥିଲା |ଯାହା ଏବେ ବର୍ଷାରେ ଧୋଇ ହେଇଯାଇଛି।କଲଭର୍ଟଟି ନଷ୍ଟ ହେଇଯିବା ଫଳରେ ଆଖପାଖ ଅଞ୍ଚଳର୫୦ରୁ ଉର୍ଦ୍ଧ୍ବ ଗ୍ରାମ ବର୍ତମାନ ଅସୁବିଧାରେ ରହିଛନ୍ତି। ଜଳସ୍ତର ବଢ଼ୁଥିବା ଯୋଗୁଁ ହଠାତ କୌଣସି ପଦକ୍ଷେପ ନେବା ସମ୍ଭବ ହେଉନି। ବଡଗଡ ଗ୍ରାମ ବର୍ତ୍ତମାନ ବ୍ରହ୍ମପୁର,ସେରଗଡ଼,ହିଂଜିଲିକାଟୁ,ଭବନେଶ୍ୱରକୁ ଯୋଗାଯୋଗରୁ ବିଛିନ୍ନ ରହିଛି। ଲୋକମାନେ ବଡଗଡଠାରୁ ସୋରଡା ଆସିବା ପରେ ଯାନବାହନର ସୁବିଧା ପାଇପାରୁଛନ୍ତି। ସବୁଠାରୁ ଚିନ୍ତା ହେଲା ବଡଗଡ ଅଖାପାଖ ୫୦ରୁ ଉର୍ଦ୍ଧ ଗ୍ରାମ ସ୍ୱାସ୍ଥ୍ୟସେବା ପାଇଁ ବଡଗଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ଭରଶୀଳ ହେଉଥିବାବେଳେ, କଲଭର୍ଟ ଭାଙ୍ଗିଯିବା ଯୋଗୁଁ ଏହି ସ୍ୱାସ୍ଥ୍ୟସେବାରୁ ବଂଚିତ ହେବାରେ ଲାଗିଛନ୍ତି। ପ୍ରଶାସନ ଏଥିପ୍ରତି ଶୀଘ୍ର ଦୃଷ୍ଟିଦେଇ ଗମନାଗମନର ସୁବିଧା କରାଇଲେ ୫୦ଖଣ୍ଡ ଗ୍ରାମବାସୀ ଉପକୃତ ହେବେ।


